ଓଡିଶା

odisha

ETV Bharat / sports

ବାରବାଟୀ କାଉଣ୍ଟଡାଉନ, କାଲିଠୁ ଅନଲାଇନ ଟିକେଟ୍ - barabati match

ଆସନ୍ତାକାଲି(ଗୁରୁବାର) ଠାରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବୁକିଂ ହେବ । ଓସିଏ ପକ୍ଷରୁ ଟିକେଟ୍‌ର ଦାମ ସ୍ଥିର କରାଯାଇଛି ।

ବାରବାଟୀ ଦିନିକିଆ
କାଲି ଠୁ ମିଳିବ ଅନଲାଇନ ଟିକେଟ୍

By

Published : Dec 4, 2019, 5:28 PM IST

କଟକ: ପାଖେଇ ଆସୁଛି ବାରବାଟୀ ଦିନିକିଆ । ଆସନ୍ତା 22ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ । ଏଥିପାଇଁ ଆସନ୍ତା 5 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନଲାଇନ ଟିକେଟ୍ ବିକ୍ରି । ଅନଲାଇନ ଟିକେଟ୍ ବିକ୍ରି ଆସନ୍ତା 5 ତାରିଖରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

କାଲି ଠୁ ମିଳିବ ଅନଲାଇନ ଟିକେଟ୍

www.insider.in ଓ www.paytm.com ଏହି 2ଟି ୱେବ ସାଇଟରେ ଅନଲାଇନ ଟିକେଟ୍ ବୁକ କରିହେବ । ତେବେ ଓସିଏ ପକ୍ଷରୁ ଟିକେଟ୍ ଦାମ ସ୍ଥିର କରାଯାଇଛି । ଗ୍ୟାଲେରି ନମ୍ବର 2 ଓ 4 ପାଇଁ ଟିକେଟ୍ ଦାମ 5ଶହ ଟଙ୍କା ରହିଥିବା ବେଳେ 6 ନମ୍ବର ଗ୍ୟାଲେରୀ ପାଇଁ 4ଶହ ଟଙ୍କା ଦାମ ରହିଛି ।

ସେହିପରି ସ୍ପେଶାଲ ଏନକ୍ଲୋଜର ଟିକେଟ୍ ଦାମ 3 ହଜାର ରହିଥିବା ବେଳେ ନ୍ୟୁ ପ୍ୟାଭିଲିୟନର ଓ ଏସି ବକ୍ସ ଗ୍ୟାଲେରିର ଟିକେଟ୍ ରହିଛି 5ହଜାର ଟଙ୍କା । ତେବେ ମ୍ୟାଚ ତାରିଖ ପାଖେଇ ଆସୁଥିବାରୁ ବାରବାଟୀକୁ ଚକାଚକ୍ କରିବାକୁ ଲାଗି ପଡିଛି ଓସିଏ । ଫ୍ଲଡ଼ ଲାଇଟ କାର୍ଯ୍ୟ ସରିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମର ପ୍ରତ୍ୟେକ ଦିଗକୁ ଖୁବ ଶୀଘ୍ର ସାରିବା ନେଇ ଲକ୍ଷ୍ୟ ରଖାଯାଇଛି । ଆସନ୍ତା 10 ଦିନ ଭିତରେ ସବୁ କାମ ସରିବା ଏକ ପ୍ରକାର ସ୍ପଷ୍ଟ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

ଅନ୍ୟପଟେ ଷ୍ଟାଡିୟମକୁ ଘନ ଘନ ଚେକିଂ କରୁଛି କମିଶନରେଟ ପୋଲିସ । ଲୋକଙ୍କ ସୁରକ୍ଷା ଓ ଖେଳାଳିଙ୍କ ସୁରକ୍ଷା ଦିଗରେ କୌଣସି ତ୍ରୁଟି ରହିବନି ବୋଲି କହିଛନ୍ତି କଟକ ଡିସିପି । ତେବେ ଗତ ମ୍ୟାଚ ସମୟରେ ଟିକେଟ ବୁକିଂ ସମୟରେ ଯେଉଁପରି ଭାବରେ ଟିକେଟ ବ୍ଲାକକୁ ବଡ଼ ଦ୍ଵନ୍ଦ ଉପୁଜିଥିଲା । ତାହା ଚଳିତ ବର୍ଷ ଦୃଶ୍ୟ ହେବନି ବୋଲି କହିଛନ୍ତି ଡିସିପି ।


କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details