ଓଡିଶା

odisha

ETV Bharat / sports

ସୁପର ଓଭରରେ ଜିମ୍ବାୱେ ଠୁ ହାରିଲା ପାକିସ୍ତାନ

ତୃତୀୟ ଦିନିକିଆରେ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରିଛି ଜିମ୍ବାୱେ । ଅଧିକ ପଢନ୍ତୁ...

By

Published : Nov 3, 2020, 10:54 PM IST

Babar Azam's ton in vain as Zimbabwe defeat Pakistan in Super Over
ସୁପର ଓଭରରେ ଜିମ୍ବାୱେଠୁ ହାରିଲା ପାକିସ୍ତାନ

ରାୱଲପିଣ୍ଡି: ବାବର ଆଜମଙ୍କ 125 ରନର ଶତକୀୟ ଇଂନିସ ପାକିସ୍ତାନକୁ ବିଜୟୀ କରାଇପାରିନାହିଁ । ତୃତୀୟ ଦିନିକିଆରେ ସୁପର ଓଭରରେ ପାକିସ୍ତାନକୁ ପରାସ୍ତ କରିଛି ଜିମ୍ବାୱେ । ତେବେ 3ଟିକିଆ ଦିନିକିଆ ସିରିଜକୁ ପାକିସ୍ତାନ 2-1ରେ ଜିତିନେଇଛି ।

ପ୍ରଥମେ ବ୍ୟାଟିଂ କରି ଜିୱାମ୍ବେ 278 ରନ କରିଥିଲା । ଫଳରେ ପାକିସ୍ତାନ ସାମ୍ନାରେ 279ର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ପ୍ରଥମ 3ଟି ୱିକେଟ ହରାଇ 20 ରନ ମଧ୍ୟରେ ହରାଇ ସଙ୍କଟରେ ପଡିଥିଲା ପାକିସ୍ତାନ । ଇମାମ ଉଲ ହକ(4), ଫକର ଜମନ(2), ଓ ହାଇଦର ଅଲ୍ଲୀ (13) ରନରେ ଆଉଟ ହୋଇଥିଲେ ।

ତେବେ କ୍ୟାପଟେନ ବାବାର ଆଜମଙ୍କ ସହ ମହମ୍ମଦ ରିଜୱାନ ସହ ମିଶି 31 ରନର ପାର୍ଟନରସିପ କରିଥିଲେ । ତେବେ ରିଜୱାନ ଆଉଟ ହେବା ପରେ ବାବାର ବ୍ୟାଟିଂ ଜାରି ରଖିବା ସହ ଶତକ ପୂରଣ କରିଥିଲେ । ତେବେ ସମାନ 278 ରନରେ ଅଟକିଯାଇଥିଲା ପାକିସ୍ତାନ ।

ଫଳରେ ସୁପର ଓଭରରେ ମ୍ୟାଚର ନିର୍ଣ୍ଣୟ ହୋଇଥିଲା ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସୁପର ଓଭରରେ ମାତ୍ର ଦୁଇ ରନ ସଂଗ୍ରହ କରିଥିଲା । ପରେ 2ଟି ବଲରେ 3ରନର ବିଜୟ ଲକ୍ଷ୍ୟକୁ ହାସଲ କରି ଜିମ୍ବାୱେ ବିଜୟୀ ହୋଇଥିଲା ।

ବ୍ୟୁରା ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details