ମେଲବୋର୍ଣ୍ଣ:ବିବାଦରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ କ୍ରିକେଟର ଅଷ୍ଟ୍ରେଲିଆ ଗସ୍ତରୁ ଫେରି ସାରିଛନ୍ତି। ତେବେ ଅଷ୍ଟ୍ରେଲିଆରେ ଥିବା ବେଳେ ଡିସେମ୍ବର 7 ତାରିଖରେ ଉଭୟ ବାୟୋ ବବଲ ବଳୟ ଭାଙ୍ଗି ଏକ ମଲକୁ ଯାଇଥିବା ନେଇ ଅଷ୍ଟ୍ରେଲିଆ ମିଡିଆରେ ଖବର ପ୍ରକାଶ ପାଇଛି।
ଅଷ୍ଟ୍ରେଲିଆ ମିଡିଆ ମୁତାବକ ଦୁହେଁ ଏକ ମଲକୁ ଯାଇ ଛୋଟପିଲାଙ୍କ ପାଇଁ କିଛି ବସ୍ତ୍ର ଓ କିଛି ଖେଳନା କିଣି ଆଣିଥିଲେ। ଆଡିଲେଡରେ ଥିବା ବେଳେ ଏକ ମଲକୁ ଉଭୟ ଯାଇଥିବା ନେଇ ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଉଭୟ ଏହି ସମୟରେ କୋଭିଡ ନିୟମ ଉଲ୍ଲଂଘନ କରିବା ସହ ମାସ୍କ ପିନ୍ଧି ନଥିବା ଅଭିଯୋଗ ହୋଇଛି।