ଓଡିଶା

odisha

By

Published : Jan 4, 2020, 1:09 PM IST

ETV Bharat / sports

ସିଡନି ଟେଷ୍ଟ: ଲବୁସାନଙ୍କ ଦ୍ବିଶତକ, ଅଷ୍ଟ୍ରେଲିଆ ପ୍ରଥମ ଇଂନିସ 454/10

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା 3ୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ମାର୍ନସ ଲବୁସାନଙ୍କ ଦ୍ବିଶତକ ସହାୟତାରେ 454 ରନର ବିଶାଳ ସ୍କୋର କରିଛି । ଅଧିକ ପଢନ୍ତୁ...

Australia Vs New Zealand
ଅଷ୍ଟ୍ରେଲିଆ ପ୍ରଥମ ଇଂନିସ

ସିଡନି: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି କରିଥିଲା । ପ୍ରଥମ ଇଂନିସରେ 454 ରନର ବିଶାଳ ସ୍କୋର କରିଛି ଟିମ ପେଇନଙ୍କ ଟିମ ।

ନ୍ୟୁଜିଲାଣ୍ଡ ଟିମ

ଅଷ୍ଟ୍ରେଲିଆ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲବୁସାନ ସର୍ବାଧିକ 215 ରନର ଦ୍ବିଶତକୀୟ ଇଂନିସ ଖେଳିଛନ୍ତି । 363 ବଲରୁ 19 ଚୌକା ଓ ଗୋଟିଏ ଛକା ସହ ଦମ୍‌ଦାର ଇଂନିସ ଖେଳିଛନ୍ତି ଲବୁସାନ । ଅନ୍ୟତମ ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ 63 ଓ ଡେଭିଡ ୱାଣ୍ଣର 45 ରନର ଇଂନିସ ଖେଳିଛନ୍ତି । କ୍ୟାପଟେନ ଟିମ ପେଇନ 35 ଓ ମାଥ୍ୟୁ ୱେଡ 22 ରନ କରି ଆଉଟ ହୋଇଛନ୍ତି । ଲବୁସାନ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ 3ୟ ୱିକେଟ ଯୋଡିରେ 156 ରନର ବିଶାଳ ପାର୍ଟନରସିପ ଅଷ୍ଟ୍ରେଲିଆକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲା ।

ଷ୍ଟିଭ ସ୍ମିଥ- ମାର୍ନସ ଲବୁସାନ

ନ୍ୟୁଜିଲାଣ୍ଡ ପକ୍ଷରୁ କଲିନ ଗ୍ରାଣ୍ଡହୋମ ଓ ନିଲ ୱାଗନର 3ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟଡ ଆଷ୍ଟଲେ 2ଟି ଓ ମାଟ ହେନରି, ୱିଲିୟମ ସମରଭିଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ABOUT THE AUTHOR

...view details