ଚଣ୍ଡିଗଡ: କ୍ରିକେଟର ସୁରେଶ ରାଇନାଙ୍କ ମାମୁଙ୍କ ସହ ହୋଇଥିବା ଆକ୍ରମଣ ତଥା ହତ୍ୟା ମାମଲା ଡକାୟତି-ଅପରାଧୀଙ୍କ ଆନ୍ତ ରାଜ୍ୟ ଗ୍ୟାଙ୍ଗର 3 ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରେନ୍ଦର ସିଂ ବୁଧବାର ଘୋଷଣା କରିଛନ୍ତି । ଏଥି ସହିତ କେସର ସମାଧାନ ହୋଇଛି ବୋଲି ଅମରେନ୍ଦର ସିଂ କହିଛନ୍ତି ।
ସୁରେଶ ରାଇନାଙ୍କ ମାମୁଁଙ୍କୁ ହତ୍ୟା ଘଟଣା: ଆନ୍ତଃରାଜ୍ୟ ଗ୍ୟାଙ୍ଗର 3 ସଦସ୍ୟ ଗିରଫ
ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର ଘୋଷଣା କରିଛନ୍ତି । ଏଥି ସହିତ କେସର ସମାଧାନ ହୋଇଛି ବୋଲି ଅମରିନ୍ଦର କହିଛନ୍ତି ।
ସେପଟେ ଅନ୍ୟ 11 ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ଡିଜିପି ଡିଙ୍କର ଗୁପ୍ତା କହିଛନ୍ତି । ତେବେ ଗତ 19 ଅଗଷ୍ଟ ରାତିରେ ଜିଲ୍ଲା ପଠାନକୋଟ୍ର ପିଏସ୍ ଶାହପୁରକାଣ୍ଡି ଗ୍ରାମ ତରଲିଆରେ ଘଟିଥିଲା ଏହି ଘଟଣା । ରାଇନାଙ୍କ ମାମୁଁ ଅଶୋକ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ କୌଶଲ କୁମାର ଏବଂ ପତ୍ନୀ ଆଶା ରାନୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।
ଘଟଣାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଆଇଜିପି ବର୍ଡର ରେଞ୍ଜ ଅମୃତସରଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଏସଏସପି ପଠାନକୋଟ, ଏସପି ଅନୁସନ୍ଧାନ ଏବଂ ଡିଏସପି ଧର କାଲାନ ଏହାର ସଦସ୍ୟ ଭାବରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ