ଓଡିଶା

odisha

ETV Bharat / sports

ଆସେସ ସିରିଜ୍‌: 19ବର୍ଷର ଅପେକ୍ଷା ଭାଙ୍ଗିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ, ଯୁଗଳ ଅପେକ୍ଷାରେ ଇଂଲଣ୍ଡ - ଅଷ୍ଟ୍ରେଲିଆ

ଆଜିଠୁ ଆରମ୍ଭ ହେଉଛି ବହୁ ଚର୍ଚ୍ଚିତ ଆସେସ୍ ସିରିଜ । 19ବର୍ଷ ଧରି ଇଂଲଣ୍ଡ ମାଟିରେ ଆସେସ ବିଜୟର ସ୍ବାଦ ଚାଖି ନଥିବା କଙ୍ଗାରୁ ଦଳ ପାଇଁ ମଧ୍ୟ ବଡ ଚାଲେଞ୍ଜ । ସେହିପରି ବିଶ୍ବକପ ପରେ ପୁଣି ଏକ ବିରାଟ ବିଜୟ ଅପେକ୍ଷାରେ ଘରୋଇ ଇଂଲଣ୍ଡ ।

ଡିଜାଇନ ଫଟୋ

By

Published : Aug 1, 2019, 8:27 AM IST

Updated : Aug 1, 2019, 8:32 AM IST

ବର୍ମିଂହାମ: ଆଜିଠୁ ଆରମ୍ଭ ହେଉଛି ବହୁ ଚର୍ଚ୍ଚିତ ଆସେସ ସିରିଜ । ସିରିଜର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ-ଅଷ୍ଟ୍ରେଲିଆ ହେବେ ସାମ୍ନାସାମ୍ନି । ବିଶ୍ବକପ ପରେ ପୁଣି ଏକ ବିରାଟ ବିଜୟ ଅପେକ୍ଷାରେ ଘରୋଇ ଇଂଲଣ୍ଡ । ସେପଟେ 19ବର୍ଷ ଧରି ଇଂଲଣ୍ଡ ମାଟିରେ ଆସେସ ବିଜୟର ସ୍ବାଦ ଚାଖି ନଥିବା କଙ୍ଗାରୁ ଦଳ ପାଇଁ ମଧ୍ୟ ବଡ ଚାଲେଞ୍ଜ। ସ୍ଥାନୀୟ ଏଜାବିଷ୍ଟନ ଗ୍ରାଉଣ୍ଡରେ ଭାରତୀୟ ସମୟ 3.30ରୁ ଆରମ୍ଭ ହେବ ମ୍ୟାଚ। ତେବେ ଏହି ସମ୍ମାନଜନକ ସିରିଜ ସହ ହ୍ବାଇଟ କ୍ରିକେଟର ବିଶ୍ବକପ ଆଇସିସି ଟେଷ୍ଟ ବିଶ୍ବ ଚମ୍ପିଆନସିପର ମଧ୍ୟ ଶୁଭାରମ୍ଭ ।

ତେବେ 2001 କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱେଙ୍କ ପରେ ଦୀର୍ଘ 19ବର୍ଷ ଧରି ଆସେସ ଜିତିବାକୁ ସଂଘର୍ଷ କରିଆସୁଛି ଅଷ୍ଟ୍ରେଲିଆ । ସେହିପରି ବିଶ୍ବକପରେ ମଧ୍ୟ ଏହି ଷ୍ଟାଡିୟମରେ ବିଶ୍ବବିଜୟୀ ଇଂଲଣ୍ଡ ଠାରୁ ପରାଜୟର ସ୍ବାଦ ଚାଖି ସାରିଛି ଅଷ୍ଟ୍ରେଲିଆ । ତେବେ ଇଂଲଣ୍ଡର ଭାର ଜୋ ରୁଟ ନେଉଥିବା ବେଳେ କଙ୍ଗାରୁ ଦଳର ଭାର ୱିକେଟକିପର ବ୍ୟାଟ୍ସମ୍ୟାନ ଟିମ୍‌ ପେନଙ୍କ କାନ୍ଧରେ ରହିଛି ।

ମାତ୍ର ବଲ ଟ୍ୟାମ୍ପରିଂ ପରେ ଦଳକୁ ଫେରିଥିବା ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର ଓ କାମରନ ବାନକ୍ରାଫ୍ଟଙ୍କୁ ପାଇ ପେନଙ୍କ ସେନା ଅଧିକ ଶକ୍ତିଶାଳୀ ହୋଇଛି । ସେହିପରି ଟେଷ୍ଟ ପଦାର୍ପଣକାରୀ ଆୟାରଲ୍ୟାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ବିଜୟ ପାଇଥିବା ଘରୋଇ ଇଂଲଣ୍ଡ ବ୍ୟାଟିଂ ପାଳିରେ ଖୁବ ସଙ୍ଘର୍ଷ କରିଥିଲା । ପ୍ରଥମ ପାଳିରେ ମାତ୍ର 85ରନରେ ଦଳ ନିଜର ସମସ୍ତ ୱିକେଟ ହରାଇ ବସିଥିଲା ।

ଅନ୍ୟପଟେ 2001 ପର ଠାରୁ ବିଭିନ୍ନ ଫର୍ମାଟରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡର ପଲ୍ଲା ଭାରି ରହିଛି । ଖେଳାଯାଇଥିବା 15ଟି ମ୍ୟାଚରୁ 5ଟି ମ୍ୟାଚର ଫଳାଫଳ ବାହାରି ପାରିନଥିବା ବେଳେ ଇଂଲଣ୍ଡ 9ଟି ମ୍ୟାଚରେ ବିଜୟ ପାଇଛି । ଗୋଟିଏ ମ୍ୟାଚ ଡ୍ର ରହିଛି । ଅତଏବ କଙ୍ଗାରୁ ଦଳ ହାତରେ ଗୋଟିଏ ବି ବିଜୟ ଲାଗି ନାହିଁ।

ସେହିପରି ଘରୋଇ ଦଳ ଟେଷ୍ଟ ସ୍ୱାର୍ଡର ଆକ୍ରମକ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଟିମକୁ ଫେରିଛନ୍ତି । ଅନ୍ୟପଟେ ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଇନିଂସରେ 6 ୱିକେଟ୍ ନେଇଥିବା କ୍ରିସ୍ ଓକ୍ସ ମଧ୍ୟ ସାଙ୍ଗରେ ରହିଛନ୍ତି । ଯଦିଓ ଯୁବ ତଥା କୁଶଳୀ ପେସ୍ ବୋଲର ଜୋଫ୍ରା ଆର୍ଚର୍ ଚୁଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ତଥାବି ଆଗାମୀ ମ୍ୟାଚରେ ତାଙ୍କର ଖେଳିବା ସମ୍ଭାବନା ଅଧିକ ରହିଛି।

ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ: ରୋରି ବର୍ନସ୍, ଜେସନ୍ ରୟ, ଜୋ ରୁଟ୍ (ଅଧିନାୟକ), ଜୋ ଡେନଲୀ, ଜୋସ୍ ବଟଲର୍, ବେନ୍ ଷ୍ଟୋକ୍ସ, ଜନ୍ନି ବେୟାରଷ୍ଟୋ, ମୋଇନ୍ ଅଲୀ, କ୍ରିସ୍ ଓକ୍ସ, ଷ୍ଟୁଆର୍ଟ ବ୍ରଡ୍, ଜେମ୍ସ ଆଣ୍ଡରସନ୍ ।

ଅଷ୍ଟ୍ରେଲିଆ ସମ୍ବାବ୍ୟ ଏକାଦଶ: ଡେଭିଡ ୱାର୍ଣ୍ଣର, କ୍ୟାମରନ ବେନକ୍ରଫ୍ଟ, ଉସମାନ ଖ୍ବାଜା, ଷ୍ଟିଭ୍‌ ସ୍ମଥ୍‌, ଥ୍ରାଭିସ୍‌ ହେଡ, ମାଥୱି ୱେଡେ, ଟିମ୍‌ ପେନ(ଅଧିନାୟକ), ପାଟ କ୍ୟୁମିନ୍ସ, ଜେମ୍ସ ପାଟିସନ, ପିଟର ସିଡ୍ଡେଲ, ନାଥନ ଲାୟନ।

Last Updated : Aug 1, 2019, 8:32 AM IST

ABOUT THE AUTHOR

...view details