ଓଡିଶା

odisha

ETV Bharat / sports

କ୍ରିକେଟର ମହମ୍ମଦ ସାମିଙ୍କ ନାମରେ ଆରେଷ୍ଟ ୱାରେଣ୍ଟ

ଖୁବଶୀଘ୍ର ଗିରଫ ହୋଇପାରନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି । କୋଲକାତାର ଅଲିପୁର କୋର୍ଟ ସାମିଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି ।

By

Published : Sep 2, 2019, 7:34 PM IST

ଫାଇଲ ଫଟୋ


କଲିକତା: ଖୁବଶୀଘ୍ର ଗିରଫ ହୋଇପାରନ୍ତି ଭାରତୀୟ କ୍ରିକେଟର ମହମ୍ମଦ ସାମି । କୋଲକାତାର ଅଲିପୁର କୋର୍ଟ ସାମିଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ଏଥିସହିତ 15 ଦିନ ଭିତରେ ସାମିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାମିଙ୍କ ବିରୋଧରେ ପତ୍ନୀ ହସିନ ଜାହାନ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । 2018ରେ ସାମି ଓ ତାଙ୍କ ଭାଇ ହସିଦ ଅହମ୍ମଦଙ୍କୁ ଏ ଘଟଣାରେ ଆଇପିସି ଧାରା 498-ଏ ଅନୁସାରେ ଗିରଫ କରାଯାଇଥିଲା। କୋର୍ଟରେ ହାଜର ହେବାକୁ ଥିବା ଧାର୍ଯ୍ୟ ତାରିଖରେ ସାମି ହାଜର ହୋଇନଥିଲେ।

ପରେ ପତ୍ନୀ ହସିନ ଜାହାନ ସର୍ବସମ୍ମୁଖରେ ଅଭିଯୋଗ କରିଥିଲେ। ପରେ ଗଣମାଧ୍ୟମରେ ସାମି ଓ ପତ୍ନୀ ଜାହାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ହସିନ ସ୍ବାମୀଙ୍କ ଘରେ ପହଞ୍ଚି ହଙ୍ଗାମା କରିଥିଲେ। ବିଶ୍ବକପରେ ହାଟ୍ରିକ ସହ ଦମଦାର ପ୍ରଦର୍ଶନ ପାଇଁ ଖୁସିବ୍ୟକ୍ତ କରିଥିଲେ ପତ୍ନୀ ହାସିନ ଜାହାନ। ବର୍ତ୍ତମାନ ସେ ଭାରତୀୟ ଦଳ ସହ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି।

ABOUT THE AUTHOR

...view details