ଓଡିଶା

odisha

ETV Bharat / sports

ବିଶ୍ବକପରେ ଆଉ ନାହିଁ ବର୍ଷା ଭୟ, ଗ୍ରାଉଣ୍ଡ ଘୋଡାଇଲେ ପ୍ରିୟଙ୍କା !

ବର୍ଷା ଧୋଇ ଦେଉଛି ଗୋଟିଏ ପରେ ଗୋଟିଏ ମ୍ୟାଚ । ନଜର ଏବେ ଭାରତ ପାକିସ୍ତାନ ମ୍ୟାଚ ଉପରେ । ସେପଟେ ବର୍ଷା ନେଇ ଫ୍ୟାନ୍ସ ବନାଉଛନ୍ତି ମଜାକିଆ ମେମ ।

By

Published : Jun 16, 2019, 2:35 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@SagarKu29802232

ସାଉଥହମ୍ପଟନ: ପୁଣି ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ । ରବିବାର ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ଖୁବ ଉତ୍ସାହିତ ଫ୍ୟାନ୍ସ । କିନ୍ତୁ ମ୍ୟାଚ ଉପରେ ଲାଗିରହିଛି କଳା ବାଦଲ ଛାଇ । ଚଳିତ ବିଶ୍ବକପରେ ପ୍ରଥମ ଥର ପାଇଁ ଚାରି ଚାରିଟି ମ୍ୟାଚ ଧୋଇ ଯାଇଛି ବର୍ଷା ପାଣିରେ । ତେବେ ଭାରତ ପାକିସ୍ତାନର ହାଇ ଭୋଲ୍ଟେଜ ମ୍ୟାଚକୁ ଅନେଇ ରହିଥିବା ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ବର୍ଷାକୁ ନେଇ ବିଭିନ୍ନ ମେମ କରି ଖୁବ ମଜା ନେଇଛନ୍ତି । ତେବେ ସବୁଠାରୁ ମଜାଦାର ଥିଲା ପ୍ରିୟଙ୍କା ଚୋପଡାଙ୍କ ଡ୍ରେସରେ କ୍ରିକେଟ ଗ୍ରାଉଣ୍ଡକୁ ଘୋଡାଇ ଦେବାର ଫଟୋ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@YahooCricket

ଏହି ଫଟୋରେ ପ୍ରିୟଙ୍କା ଚୋପଡା କେନ୍ସ ଫେଷ୍ଟିଭାଲରେ ପିନ୍ଧିଥିବା ଏକ ଡ୍ରେସକୁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡରେ ଘୋଡାଇ ଥିବାର ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଆହୁରି ଅନେକ ଫଟୋ ଏବେ ଘୁରି ବୁଲୁଛି ସୋସିଆଲ ମିଡିଆରେ । କେଉଁଥିରେ ଖେଳାଳି ପହଁରି ପହଁରି ମ୍ୟାଚ ଖେଳୁଥିବାର ଦେଖିବାକୁ ମିଳୁଛି ତ କେଉଁଠି ପାଣିରେ ଭାସିଯାଉଛି ବିଶ୍ବକପ । ଆଉ କେତେକ ମେମରେ ପଏଣ୍ଟ ଟେବୁଲରେ ରାଜ କରୁଛି ବର୍ଷା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟରଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@SagarKu29802232
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@itsrakeysh

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@MRaja90774516

ABOUT THE AUTHOR

...view details