ଓଡିଶା

odisha

By

Published : Jun 19, 2020, 5:41 PM IST

ETV Bharat / sports

ଏସିଆ କପ ବିଜେତା ହୋଇପାରିବ ଆଫଗାନିସ୍ତାନ: ଅସଘର ଆଫଗାନ

ବ୍ୟାଟିଂ ଓ ଫିଲ୍ଡିଂ ବିଭାଗରେ ଉନ୍ନତି କରିପାରିଲେ, ଆଫଗାନିସ୍ତାନ ହୋଇପାରିବ ଏସିଆ କପ ବିଜେତା । ଏହା କହିଛନ୍ତି କ୍ୟାପଟେନ ଅସଘର ଆଫଗାନ ।

Afghanistan can win Asia Cup if we improve batting and fielding departments: Captain Asghar Afghan
ଏସିଆ କପ ବିଜେତା ହୋଇପାରିବ ଆଫଗାନିସ୍ତାନ: ଅସଘର ଆଫଗାନ

ହାଇଦ୍ରାବାଦ: ବ୍ୟାଟିଂ ଓ ଫିଲ୍ଡିଂ ବିଭାଗରେ ଉନ୍ନତି କରିପାରିଲେ, ଆଫଗାନିସ୍ତାନ ହୋଇପାରିବ ଏସିଆ କପ ବିଜେତା । ଏହା କହିଛନ୍ତି କ୍ୟାପଟେନ ଅସଘର ଆଫଗାନ। ଅସଘର କହିଛନ୍ତି, ଏସିଆ କପ କିମ୍ବା ଟି-20 ବିଶ୍ବକପ ଖେଳାଯିବା ନେଇ ଟିମ ଆଶାବାଦୀ ରହିଛି ।

ଟିମର ବିଶ୍ବର ଖ୍ୟାତାନାମା ସ୍ପିନର ରହିଛନ୍ତି । ବୋଲିଂ ବିଭାଗ ପ୍ରଭାବି ରହିଛି । ତେବେ ବ୍ୟାଟିଂ ଓ ଫିଲ୍ଡିଂରେ ଉନ୍ନତି ପ୍ରତି ଯତ୍ନବାନ ହେବାକୁ ପଡିବ । ବଡ ଟୁର୍ଣ୍ଣାମେଣ୍ଟ କ୍ରିକେଟର ସମସ୍ତ ବିଭାଗରେ ପ୍ରଭାବି ପ୍ରଦର୍ଶନ ବଳରେ ବିଜୟ ମିଳିଥାଏ । ସେଥିପାଇଁ ଟିମକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ଆଫଗାନିସ୍ତାନ କ୍ୟାପଟେନ ଅସଘର ଆଫଗାନ କହିଛନ୍ତି ।

ଆଫଗାନିସ୍ତାନ ଟିମ ଏସିଆ କପ ଓ ଟି-20 ବିଶ୍ବକପକୁ ଦୃଷ୍ଟିରେ ରଖି ଅଭ୍ୟାସ ଆରମ୍ଭ କରିସାରିଛି । ଜିମ୍ବାୱେ ସହ ଦ୍ବିପାକ୍ଷିକ ସିରିଜରେ ମଧ୍ୟ ପ୍ରଭାବି ପ୍ରଦର୍ଶନ କରିବାକୁ ଟିମ ଲକ୍ଷ୍ୟ ରଖିଥିବା ଅସଘର କହିଛନ୍ତି ।

ABOUT THE AUTHOR

...view details