ନୂଆଦିଲ୍ଲୀ: କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ କିଟ୍ ପ୍ରାୟୋଜକ । ପୂର୍ବରୁ 14 ବର୍ଷ ଧରି 'ମେନ୍ ଇନ ବ୍ଲୁ'ର କିଟ୍ ପ୍ରାୟୋଜକ ଥିବା ନାଇକ୍ ର ଚୁକ୍ତି ସେପ୍ଟେମ୍ବର 2020ରେ ଶେଷ ହେଉଛି । ଫଳରେ ପରବର୍ତ୍ତୀ ପ୍ରାୟୋଜକ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଛି । ତେବେ ଦୁଇ ପ୍ରମୁଖ ସ୍ପୋର୍ଟ୍ସ କ୍ରୀଡା ଉପରକରଣ କମ୍ପାନୀ ଆଡିଡାସ ଓ ପୁମା ମଧ୍ୟରେ ଏହି ସ୍ଥାନ ନେବାନେଇ ପ୍ରତିଯୋଗିତା ହୋବାର ସମ୍ଭାବନା ରହିଛି ।
ଉଭୟ କମ୍ପାନୀ ଟିମ ଇଣ୍ଡିଆର କିଟ୍ ପ୍ରାୟୋଜକ ହେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଏନେଇ ଖୁବଶୀଘ୍ର ପ୍ରକିୟା ଆରମ୍ଭ ହେବ ଏବଂ ଭାରତୀୟ କ୍ରିକେଟର ସ୍ବାର୍ଥରେ ନିଷ୍ପତି ହେବ । ଡ୍ରିମ 11 ମଧ୍ୟ ରେସରେ ରହିଛି । ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ବର୍ଷ 2016ରେ ନାଇକ୍ 370 କୋଟି ଅର୍ଥ ବିନିମୟରେ ଭାରତୀୟ ଟିମର କିଟ୍ ପ୍ରାୟୋଜକ ଭାବେ ଚୁକ୍ତି ନବୀକରଣ କରିଥିଲା । ଯାହା ଚଳିତ ବର୍ଷ ସେପ୍ଟେମ୍ବର 30ରେ ଶେଷ ହେଉଛି । ମ୍ୟାଚ ପିଛା ପ୍ରାୟ 87,34,000 ଟଙ୍କା ଦେଉଥିଲେ ବୋଲି କୁହାଯାଉଛି ।