ଓଡିଶା

odisha

ETV Bharat / sports

ପ୍ରଥମ ସେମିଫାଇନାଲ: ବିରାଟ ବାହିନୀର ବିରାଟ ପରୀକ୍ଷା

ବିଶ୍ବକପ ପ୍ରଥମ ସେମିଫାଇନାଲ ମ୍ୟାଚ, ଭାରତ ବନାମ ନ୍ୟୁଜିଲାଣ୍ଡ । ସାଉଥହାମ୍ପଣ୍ଟନର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ।

By

Published : Jul 9, 2019, 1:17 PM IST

ଫଟୋ ସୌଜନ୍ୟ- ବ୍ୟୁରୋ ଇନପୁଟ୍‌

ମାଞ୍ଚେଷ୍ଟାର: ସରିଛି ସବୁ ପ୍ରତୀକ୍ଷା, ଆରମ୍ଭ ହୋଇଛି କାଉଣ୍ଟଡାଉନ । ବିଶ୍ବକପ ପ୍ରଥମ ସେମିଫାଇନାଲ ମ୍ୟାଚ, ଭାରତ ବନାମ ନ୍ୟୁଜିଲାଣ୍ଡ । ସାଉଥହାମ୍ପଣ୍ଟନର ଓଲ୍ଡ ଟ୍ରାଫଡ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ବିରାଟ ବାହିନୀ ପାଇଁ ନକ୍‌ଆଉଟ ପରୀକ୍ଷା । ଜିତିଲେ ଫାଇନାଲ ଟିକେଟ୍‌ ଆଉ ହାରିଲେ ବିଦା ।

ତେବେ 7ମ ଥର ପାଇଁ ସେମିଫାଇନାଲ ଖେଲୁଥିବା ଭାରତକୁ ଏତେ ସହଜରେ ଛାଡିବନି କିୱି ଦଳ । ଯଦିଓ ଚଳିତ ବିଶ୍ବକପରେ ଭାରତ ଶକ୍ତିଶାଳି ରହିଛି । ତଥାପି କିୱି ଦଳକୁ ହାଲକା ଭାବରେ ନେବ ନାହିଁ ବିରାଟ ବାହିନୀ । ତେବେ ଆସନ୍ତୁ ନଜର ପକାଇନେବା ଦୁଇ ଦଳର କିଛି ବିଶ୍ବକପ ରେକର୍ଡ ଉପରେ ।

ସବୁଠାରୁ ବଡକଥାଟି ହେଲା, ବିଶ୍ବକପର ଏଦି ଦୁଇ ହର୍ଟଫେବରେଟ ଦଳ ଦୀର୍ଘ 16ବର୍ଷ ପରେ ବିଶ୍ବକପରେ ମୁହାଁମୁହିଁ ହେବେ । ଶେଷଥର ପାଇଁ 2003ରେ ବିଶ୍ବକପରେ ଭାରତକୁ ଭେଟିଥିଲା ନ୍ୟୁଜିଲାଣ୍ଡ । ଯେଉଁଥିରେ ଭାରତ 7 ୱିକେଟରେ ବିଜୟୀ ହୋଇଥିଲା । ସେହିପରି ଉଭୟ ଦଳ ବିଶ୍ବକପରେ ପରସ୍ପରକୁ 8ଥର ଭେଟିଛନ୍ତି । ଯେତେବେଳେ ଭାରତ 3ଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ 4ଟି ମ୍ୟାଚ ଜିତିଛି । ସେହିପରି ନ୍ୟୁଜିଲାଣ୍ଡ ମୋଟ 7ଟି ସେମିଫାଇନାଲ ମ୍ୟାଚ ଖେଳିଛି । ଯେଉଁଠି ଦଳ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ପାଇଛି । ଅନ୍ୟପଟେ ଭାରତ ଖେଳିଥିବା 6ଟି ସେମିଫାଇନାଲ ମ୍ୟାଚରୁ 3ଟିରେ ବିଜୟ ଓ 3ଟିରେ ପରାଜୟ ପାଇଛି । ଏଥିରୁ ସ୍ପଷ୍ଟ ନକ୍‌ଆଉଟ ଷ୍ଟେଜ୍‌ରେ ନ୍ୟୁଜିଲାଣ୍ଡ ପଲ୍ଲା ଦୁର୍ବଳ ରହିଛି ।

ଭି଼ଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ୍‌

ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି । ଇଂଲଣ୍ଡ ବିପକ୍ଷ ପରାଜୟକୁ ଛାଡ଼ି ଦେଲେ ଭାରତ ବାକି 8ଟି ମ୍ୟାଚରୁ 8ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି । ତେବେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇନଥିଲା । ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲେ ହେଁ, ଶେଷଭାଗରେ ଲଗାତାର ତିନୋଟି ମ୍ୟାଚରେ ପରାସ୍ତ ହେବା ସତ୍ତେ୍ୱ ସେମିଫାଇନାଲକୁ କ୍ୱାଲିଫାଏ କରିଛି । ନ୍ୟୁଜିଲ୍ୟାଣ୍ଡ୍ 9ଟି ମ୍ୟାଚରୁ 5ରେ ବିଜୟୀ ହୋଇଥିବା ବେଳେ 3ଟିରେ ପରାଜୟ ପାଇଛି । ଯେହେତୁ ନ୍ୟୁଜିଲ୍ୟାଣ୍ଡ ତାର ଶେଷ ମ୍ୟାଚଗୁଡ଼ିକରେ ପରାଜୟର ସାମ୍ନା କରିଛି, ତେଣୁ ଭାରତକୁ ହରାଇବା କିୱି ଟିମ୍ ପକ୍ଷେ କଷ୍ଟସାଧ୍ୟ ହେବ । ତେବେ ଦେଖିବାକୁ ବାକି ରହିଲା ବ୍ଲାକକ୍ୟାପ ଦଳକୁ ମାତ୍‌ ଦେଇ ବିରାଟ ସେନା ଫାଇନାଲ ଟିକେଟ୍‌ ହାତଉଛି ନା ନକ୍‌ ଆଉଟ ହୋଇ ଘରକୁ ଫେରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details