କଟକ:ସମସ୍ତଙ୍କୁ ଚକିତ କରି ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ । ପ୍ରଥମେ ଟି20 ଏହାପରେ ଏକଦିବସୀୟ ଆଉ ଆଜି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ରନ ମେସିନ ବିରାଟ କୋହଲି । ତେବେ ତାଙ୍କ ଅଧୀନରେ ଭାରତ, ଘରୋଇ ପରିବେଶ ସହ ବିଦେଶରେ ବେଶ ଭଲ ପ୍ରଦର୍ଶନ କରିଛି । ଯାହାକି ଗାଙ୍ଗୁଲି ଓ ଧୋନିଙ୍କ ଅଧିନାୟକତ୍ବ ସମୟରେ ମଧ୍ୟ ଦେଖିବାକୁ ମିଳିନଥିଲା ।
ଟେଷ୍ଟ ଅଧିନାୟକ ପଦରୁ ବିରାଟ ଯିବା ଠିକ୍ ନୁହେଁ: ସମୀକ୍ଷକ - ବିରାଟ କୋହଲି ଟେଷ୍ଟ କ୍ୟାପଟେନ
ସମସ୍ତଙ୍କୁ ଚକିତ କରି ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ । ପ୍ରଥମେ ଟି20 ଏହାପରେ ଏକଦିବସୀୟ ଆଉ ଆଜି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ରନ ମେସିନ ବିରାଟ କୋହଲି । ଅଧିକ ପଢନ୍ତୁ
ଟେଷ୍ଟ ଅଧିନାୟକ ପଦରୁ ବିରାଟ ଯିବା ଠିକ ନୁହେଁ: ସମୀକ୍ଷକ
ତେବେ ତାଙ୍କର ଇସ୍ତଫା ଦଳ ପାଇଁ ଆଣିଛି ଶକ୍ତ ଝଟକା । ଏହା କେବଳ ଦଳ ପାଇଁ ନୁହେଁ ପ୍ରତ୍ୟେକ ଫ୍ୟାନ୍ସ ମାନଙ୍କ ପାଇଁ ଆଣି ଦେଇଛି ଅନେକ ଦୁଃଖ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଭାରତ 2-1ରେ ହାରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବିରାଟ । ଅଧିନାୟକ ଦାୟିତ୍ବରୁ ମୁକ୍ତ ହୋଇସାରିଥିବାବେଳେ, ଆଗାମୀ ଦିନରେ ବ୍ୟାଟିଂରେ ଅଧିକ ଫୋକସ କଲେ ଭାରତୀୟ ଦଳ ଆହୁରି ମଜଭୁତ ହେବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ।
କଟକରୁ ପ୍ରଭୁ କଲ୍ୟାଣପାଲ୍, ଇଟିଭି ଭାରତ
Last Updated : Jan 15, 2022, 9:27 PM IST