ଓଡିଶା

odisha

ETV Bharat / sports

ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ, ନେହୁରା ହେଲେ ଜାଡେଜା

କୋରୋନା ମହାମାରୀ ସମୟରେ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ଅପିଲ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଅଧିକ ପଢନ୍ତୁ...

COVID-19: Stay safe and help those around you, says Jadeja
ଜାଡେଜାଙ୍କ କୋରୋନା ସଚେତନତା ବାର୍ତ୍ତା

By

Published : May 7, 2021, 7:58 PM IST

ନୂଆଦିଲ୍ଲୀ:କୋରୋନାର ଦ୍ବିତୀୟ ଲହର ଭାରତରେ ଆତଙ୍କ ଖେଳାଇ ଥିବାବେଳେ ଟିମ ଇଣ୍ଡିଆ ତଥା ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସମସ୍ତଙ୍କୁ କେବଳ ଘରେ ରହିବାକୁ ଅପିଲ କରିନାହାନ୍ତି ବରଂ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି କହିଛନ୍ତି । କାରଣ ମହାମାରୀ କୋରୋନା ବିରୋଧରେ ଏକତ୍ର ଲଢେଇ ହିଁ ବିଜୟ ଦେବ ।

ଚେନ୍ନାଇ ସୁପର କିଙ୍ଗ୍ସ ଟ୍ବିଟରରେ ସେୟାର କରିଥିବା ଏକ ଭିଡିଓରେ ଜାଡେଜା କହିଛନ୍ତି, "ଦୟାକରି ସମସ୍ତେ ଘରେ ରୁହନ୍ତୁ, ଓ ସୁରକ୍ଷିତ ରୁହନ୍ତୁ । ପରିବାର ସଦସ୍ୟଙ୍କୁ ମଧ୍ୟ ଏପରି କଠିନ ସମୟରେ ନିରାପଦ ରଖନ୍ତୁ । କୋଭିଡ-19 ବିରୋଧୀ ଲଢେଇରେ ସମସ୍ତେ ସାମିଲ ହେବା ଉଚିତ । ସେଥିପାଇଁ ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ନିୟମିତ ହାତ ଧୁଅନ୍ତୁ ।"

ପୂର୍ବରୁ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସମସ୍ତଙ୍କୁ ଟିକା ନେବାପାଇଁ ଅପିଲ କରିବା ସହ ଦୁଇଟି ଲେଖାଏଁ ମାସ୍କ ପିନ୍ଧିବାକୁ କହିଥିଲେ । N95 ମାସ୍କ ଯେଉଁମାନେ କିଣିବାକୁ ଅସମର୍ଥ ସେମାନଙ୍କୁ ମାସ୍କ ଯୋଗାଇବେ ବୋଲି ମଧ୍ୟ ଅଶ୍ବିନ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details