ଓଡିଶା

odisha

By

Published : Apr 30, 2021, 8:58 PM IST

ETV Bharat / sports

ମହାମାରୀ ମୁକାବିଲା: ଆଇପିଏଲ ଦରମାର 10 ପ୍ରତିଶତ ଦାନ କରିବେ ଉନଦକତ୍

ଭାରତୀୟ କ୍ରିକେଟର ତଥା ଆଇପିଏଲ ଫ୍ରାଞ୍ଜାଇଜ ରାଜସ୍ଥାନ ରୟାଲ୍ସ ବୋଲର ଜୟଦେବ ଉନଦକତ ତାଙ୍କର ଆଇପିଏଲ ଦରମାର 10 ପ୍ରତିଶତ ଭାଇରସରେ ସଂକ୍ରମିତଙ୍କ ପାଇଁ ଅତ୍ୟାବଶକୀୟ ମେଡିକାଲ ସରଞ୍ଜାମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

COVID-19: Jaydev Unadkat to donate 10 per cent of IPL salary to help provide essential medical resources
ମହାମାରୀ ମୁକାବିଲା: ଆଇପିଏଲ ଦରମାର 10 ପ୍ରତିଶତ ଦାନ କରିବେ ଉନଦକତ୍

ନୂଆଦିଲ୍ଲୀ: କୋରାନାର ଦ୍ବିତୀୟ ଲହର ଦେଶରେ ସୁନାମୀ ପରି ଭୟାଭୟତା ସୃଷ୍ଟି କରିଛି । ଏପରି ସ୍ଥିତିରେ ଅନେକ ବ୍ୟକ୍ତିବିଶେଷ, ସଂଗଠନ ଭାରତକୁ ସଂକଟ ସମୟରେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ଭାରତୀୟ କ୍ରିକେଟର ତଥା ଆଇପିଏଲ ପ୍ରାଞ୍ଜାଇଜ ରାଜସ୍ଥାନ ରୟାଲ୍ସ ବୋଲର ଜୟଦେବ ଉନଦକତ ତାଙ୍କର ଆଇପିଏଲ ଦରମାର 10 ପ୍ରତିଶତ ଭାଇରସରେ ସଂକ୍ରମିତଙ୍କ ପାଇଁ ଅତ୍ୟାବଶକୀୟ ମେଡିକାଲ ସରଞ୍ଜାମ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଟ୍ବିଟରରେ ଉନଦକତ ଏକ ଭିଡିଓବାର୍ତ୍ତାରେ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ଏଥିସହ ଯଥାଶୀଘ୍ର ସମ୍ଭବ ସମସ୍ତଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି । ଏପରି କଠିନ ସମୟରେ ସମସ୍ତେ ଆଗେଇଆସିବାକୁ ମଧ୍ୟ କହିଛନ୍ତି ।

ଉନଦକତ କହିଛନ୍ତି, ଏହି ସମୟରେ କ୍ରିକେଟ ଖେଳିବା ଉଚିତ କିମ୍ବା ନୁହେଁ କହିହେବ ନାହିଁ, କିନ୍ତୁ ଏପରି ସମୟରେ ଘର ଟାରୁ ଅଲଗା ରହିବା ବାସ୍ତବିକ କଷ୍ଟକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details