ଓଡିଶା

odisha

ETV Bharat / sports

IND vs SA, 3rd Test: କେପଟାଉନରେ ବୁମରାଙ୍କ ସ୍ବତନ୍ତ୍ର ସ୍ମୃତି - ଜଶପ୍ରୀତ ବୁମରା କେପଟାଉନ ସ୍ମୃତି

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ କେପଟାଉନରେ ଜାନୁଆରୀ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ । ଅଧିକ ପଢନ୍ତୁ

Bumrah recalls 'special memories' in Cape Town ahead of 3rd Test against South Africa
IND vs SA, 3rd Test: କେପ ଟାଉନରେ ବୁମରାଙ୍କ ସ୍ବତନ୍ତ୍ର ସ୍ମୃତି

By

Published : Jan 10, 2022, 6:28 AM IST

କେପ ଟାଉନ(ଦକ୍ଷିଣ ଆଫ୍ରିକା):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ କେପଟାଉନରେ ଜାନୁଆରୀ ୧୧ରୁ ୧୫ ପର୍ଯ୍ୟନ୍ତ ଖେଳାଯିବ । ଏଥିପାଇଁ ଉଭୟ ଟିମ କେପଟାଉନରେ ପହଞ୍ଚିସାରିଛନ୍ତି । ରବିବାର ଟିମ ଇଣ୍ଡିଆ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି । ଦ୍ରୁତ ବୋଲର ଜଶପ୍ରୀତ ବୁମରା ରବିବାର ନିଜର କେପଟାଉନରେ ''ସ୍ବତନ୍ତ୍ର ସ୍ମୃତି''(Special Memory)କୁ ମନେପକାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: 3rd test: କେପଟାଉନ୍‌ରେ ପହଞ୍ଚିଲା ଟିମ ଇଣ୍ଡିଆ, ଟିମ ହୋଟେଲରେ ଭବ୍ୟ ସ୍ବାଗତ

୫ ଜାନୁଆରୀ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଡାଉନରେ ଟେଷ୍ଟ ଡେବ୍ୟୁ କରିଥିଲେ ବୁମରା । ଫଳରେ ଭାରତୀୟ ଷ୍ଟାର ଦ୍ରୁତ ବୋଲର ବୁମରାଙ୍କ ପ୍ରଦର୍ଶନ ଉପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବପିକ୍ଷ ତୃତୀୟ ଟେଷ୍ଟରେ ନଜର ରହିବ ।

ବୁମରା କହିଛନ୍ତି, କେପଟାଉନ, "ଜାନୁଆରୀ ୨୦୧୮- ଟେଷ୍ଟ କ୍ରିକେଟ ଯାତ୍ରା ଏହିଠାରୁ ଆରମ୍ଭ ହୋଇଥିଲା । ୪ବର୍ଷ ପରେ ପୁମି ସମାନ ସ୍ଥାନରେ ଖେଳିବାର ସୁଯୋଗ ମିଳିବ । ଏଠାରେ ସ୍ବତନ୍ତ୍ର ସ୍ମୃତି ରହିଛି । "ବୁମରା ନିଜର ଡେବ୍ୟୁ ଟେଷ୍ଟରେ ୪ଟି ୱିକେଟ ହାସଲ କରିଥିଲେ । ଏହାପରେ ଡାହାଣହାତୀ ବୋଲର ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ନେଇଆସୁଛନ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହୋଇଥିବାବେଳେ ଜୋହାନ୍ସବର୍ଗରେ ୭ ୱିକେଟରେ ବିଜୟୀ ହେବାସହ ସିରିଜ ବରାବର କରିଥିଲା ଘରୋଇ ଟିମ ।

ANI

ABOUT THE AUTHOR

...view details