ଭୋପାଳ:ଇନ୍ଦୋର ଟେଷ୍ଟରେ ଭାରତର ପରାଜୟ । ଯାହା ଚର୍ଚ୍ଚା ହେଉଥିବା ତାହା ହେଲା । ସ୍ମିଥଙ୍କ ନେତୃତ୍ବରେ କଙ୍ଗାରୁ ଦଳ ଏକ ଜବରଦସ୍ତ କମବ୍ୟାକ କରିଛି । 9 ୱିକେଟରେ ବର୍ଡର ଗାଭାସ୍କର ତୃତୀୟ ଟେଷ୍ଟକୁ ଜିତି ନେଇଛି କଙ୍ଗାରୁ ଦଳ । 4 ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ 2-1ରେ ରହିଛି ।
ବର୍ଡର ଗାଭାସ୍କର ତୃତୀୟ ଟେଷ୍ଟ ପ୍ରଥମ ପାଳିରେ ଭାରତ 109 କରିଥିବାବେଳେ ଦ୍ବିତୀୟ ପାଳିରେ 163 ରନ କରିଥିଲା । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 197 ରନ କରିଥିବାବେଳେ ଦ୍ବିତୀୟ ପାଳିରେ 76ରନ ପିଛା କରି ଗୋଟିଏ ୱିକେଟ ହରାଇ 78 ରନ କରିଥିଲା । ଫଳରେ 9 ୱିକେଟରେ ତୃତୀୟ ଟେଷ୍ଟ ଜିତି ନେଇଛି କଙ୍ଗାରୁ ଦଳ । ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ଗୋଟିଏ ୱିକେଟ ମିଳିଛି । ତୃତୀୟ ଦିନର ଦୁଇଟି ବଲ ଖେଳ ପରେ ଭାରତ ଗୋଟିଏ ୱିକେଟ ହାସଲ କରିଥିଲା । ମ୍ୟାଚର ମୋଡ ବଦଳିବା ନେଇ ଆଶା ଦେଖାଯାଉଥିବା ମାତ୍ର କଙ୍ଗାରୁ ଦଳ ବାଜି ମାରି ନେଇଛି । ଖାତା ଖୋଲି ନପାରି ଅଶ୍ବିନୀଙ୍କ ଶିକାର ହୋଇଥିଲେ ଉସମାନ ଖ୍ବାଜା ।
ଭ୍ରମଣକାରୀ ଦଳ ଜିତିବାକୁ 76 ରନ ଦରକାର ଥିଲା । ଦ୍ବିତୀୟ ପାଳିରେ ଭାରତ ମାତ୍ର 75ରନରେ ଆଗୁଆ ଥିଲା । ପ୍ରଥମ ଦିନରେ ଭାରତ 109ରେ ଅଲଆଉଟ ହୋଇଥିଲା । ଜବାବରେ ଅଷ୍ଟ୍ରଲିଆ 197ରନ କରି 88ରନ ଲିଡ କରିଥିଲା । ଦ୍ବିତୀୟ ଦିନ ଅଷ୍ଟ୍ରଲିଆ ଅସମାପ୍ତ ପ୍ରଥମ ପାଳିରେ 4 ୱିକେଟ 156ରନରୁ ଖେଳ ଆରମ୍ଭ କରିଥିଲା । 197ରନରେ ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ପ୍ରଥମ ପାଳିରେ 88 ରନ ପିଛା କରୁଥିବା ଭାରତ ଦ୍ବିତୀୟ ପାଳିରେ 163 ରନ କରିଥିଲା । କଙ୍ଗାରୁ ଦଳ ତୃତୀୟ ଟେଷ୍ଟ ବିଜୟ ପାଇଁ 76ରନ ପିଛା କରି 1 ୱିକେଟ ହରାଇ ବିଜୟ ହାସଲ କରିଛି । ତୃତୀୟ ଦିନରେ ଅଶ୍ବିନୀ 44ରନ ଦେଇ ଗୋଟିଏ ୱିକେଟ ଓ ଜାଡେଜା 23 ରନ ଦେଇଛନ୍ତି ।
ଏହା ବି ପଢନ୍ତୁ....IND Vs AUS 3rd Test: ଲିଓନଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ ଇଣ୍ଡିଆ, ୨ୟ ଇନିଂସରେ ନେଲେ ୮ ୱିକେଟ
ପ୍ରକାଶଥାଉ କି, ଫେବୃଆରୀ 9 ତାରିଖରେ ନାଗପୁରରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । ଏହାକୁ ଜିତିଥିଲା ଭାରତ । ପରେ ଫେବୃଆରୀ 17 ତାରିଖରେ ଦିଲ୍ଲୀରେ ଦ୍ବିତୀୟ ଟେଷ୍ଟ ଜିତି 2-0ରେ ଆଗୁଆ ରହିଥିଲା । ମାର୍ଚ୍ଚ 1ରୁ ଆରମ୍ଭ ହୋଇଥିବା ଇନ୍ଦୋର ଟେଷ୍ଟରେ ଭାରତ ପରାସ୍ତ ହୋଇଛି । 4 ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ 2-1ରେ ଆଗୁଆ ରହିଛି ।