ଓଡିଶା

odisha

ETV Bharat / sports

Border Gavaskar Trophy: ଆଜିଠୁ ତୃତୀୟ ଟେଷ୍ଟ, WTC ଫାଇନାଲ ଲକ୍ଷ୍ୟରେ ଭାରତ - ଭାରତ ବନାମ ଅଷ୍ଟ୍ରେଲିଆ

ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ପ୍ରଥମ ଦୁଇ ଟେଷ୍ଟ ଜିତି 2-0ରେ ଆଗୁଆ ଅଛି ଭାରତ । ଅଧିକ ପଢନ୍ତୁ

Border Gavaskar Trophy third test
ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

By

Published : Mar 1, 2023, 7:41 AM IST

ଭୋପାଳ:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଆଜିଠୁ ଆରମ୍ଭ ହେବ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ପୂର୍ବରୁ ନାଗପୁର ଓ ଦିଲ୍ଲୀରେ ଖେଳାଯାଇଥିଲା ପ୍ରଥମ ଓ ଦ୍ବିତୀୟ ଟେଷ୍ଟ ଜିତି 2-0ରେ ଆଗୁଆ ଅଛି ଭାରତ । ତୃତୀୟ ଟେଷ୍ଟ ଜିତି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ପ୍ରବେଶ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଏଣୁ ଲଗାତାର ବିଜୟ ହାସଲ କରି ଭାରତ ଘରୋଇ ଗ୍ରାଉଣ୍ଡରେ ଷୋଡଶ ଶୃଙ୍ଖଳା ଜିତିବାର ରେକର୍ଡ ମଧ୍ୟ କରିବ । ସେପଟେ ଭ୍ରମଣକାରୀ ଅଷ୍ଟ୍ରେଲିଆ କମବ୍ୟାକ ଲକ୍ଷ୍ୟରେ ରହିଛି । ଦଳରେ ବଡ ପରିବର୍ତ୍ତନ ହୋଇପାରେ । ପାଟ କାମିନ୍ସଙ୍କ ବଦଳରେ ସ୍ମିଥ ଦଳର ନେତୃତ୍ବ ନେବେ । ତାଙ୍କ ନେତୃତ୍ବରେ କିଛି ପରିବର୍ତ୍ତନ ଆଶା କରାଯାଉଛି ।

ଭାରତର ଓପନିଂ ବିଭାଗକୁ ନେଇ ଚିନ୍ତା ରହିଛି । ଦଳର ଏହି ଓପନିଂ ଦୁର୍ବଳତା ଦୂର କରିବା ଗୁରୁତ୍ବପୂର୍ଣ୍ଣ ହୋଇଛି । ଓପନିଂରେ ଗିଲ ଓ ରାହୁଲଙ୍କ ମଧ୍ୟରେ ପ୍ରତିନ୍ଦ୍ବନ୍ଦିତା ରହିଛି । ମାତ୍ର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ରାହୁଲ ପ୍ରଥମ ଦୁଇ ଟେଷ୍ଟରେ ନିରାଶ କରିଥିଲେ । ଫଳରେ ପରବର୍ତ୍ତୀ 2 ଟେଷ୍ଟ ପାଇଁ ତାଙ୍କୁ ଉପଅଧିନାୟକ ଦାୟିତ୍ବରୁ ମୁକ୍ତ କରାଯାଇଛି । ଆଜିର ଟେଷ୍ଟରେ ରାହୁଲ ଏକାଦଶରୁ ବାଦ ପଡିପାରନ୍ତି । ଶୁଭମନ ଗିଲ ମଧ୍ୟ ଦୀର୍ଘ ସମୟ ଧରି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ଭାରତର ଏକାଦଶରେ ଆଜି ପରିବର୍ତ୍ତନ ହୋଇପାରେ ।

ଏହା ବି ପଢନ୍ତୁ...WPL 2023: ବେଥ ମୁନୀଙ୍କୁ ଗୁଜୁରାଟ ଜାଏଣ୍ଟ୍ସ ନେତୃତ୍ବ, ସ୍ନେହ ରଣା ଉପଅଧିନାୟିକା

ଅଷ୍ଟ୍ରେଲିଆ ପୂର୍ବ ପରାଜୟକୁ ଭୁଲି ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଷ୍ଟାର ବ୍ୟାଟର ଷ୍ଟିଭେନ ସ୍ମିଥ ଦଳର ନେତୃତ୍ବ ନେବେ । ଅଧିନାୟକ ଭାବେ ତାଙ୍କ ରେକର୍ଡ ଭଲ ରହିଛି । ତେଣୁ ତାଙ୍କ ନେତୃତ୍ବରେ ଦଳରେ ବଡ ପରିବର୍ତ୍ତନ ହେବା ସହ ଇନ୍ଦୋରରେ ଅଷ୍ଟ୍ରେଲିଆର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି । ସେପଟେ ମିଚେଲ ଷ୍ଟାର୍କ ଏକାଦଶକୁ ଫେରିଥିବାରୁ ବୋଲିଂ ବିଭାଗ ଶକ୍ତିଶାଳୀ ହୋଇଛି । କଙ୍ଗାରୁ ଦଳ ଆଜି ତାରା ଏକାଦଶରେ ପରିବର୍ତ୍ତନ ଆଣିପାରେ । ଡେଭିଡ ୱାର୍ଣ୍ଣର, ଜୋସ ହାଜେସଉଡ ଆହତ ହୋଇ ସ୍ବଦେଶ ଫେରିଛନ୍ତି । ମାଆଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ପାଟ କାମିନ୍ସ ମଧ୍ୟ ଘରକୁ ଫେରିଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ଦଳ ଆଜି ଏକାଦଶରେ ପରିବର୍ତ୍ତନ କରିବା ନିଶ୍ଚିନ୍ତ । କାମିନ୍ସ ଓ ୱାର୍ଣ୍ଣରଙ୍କ ସ୍ଥାନରେ ଗ୍ରୀନ ଓ ମିଚେଲ ଷ୍ଟାର୍କ ଖେଳିବେ ।

ହୋଲକର ଷ୍ଟାଡିୟମ ସ୍ପିନରଙ୍କୁ ସୁହାଇବ । 2026ରେ ଏହି ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ 2019ରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦୁଇଦିନ ପିଚ ପେସ ବୋଲରଙ୍କୁ ସୁହାଇଥିଲା । ତୃତୀୟ ଦିନକୁ ସ୍ପିନରଙ୍କ ସାଥ ଦେଇଥିଲା ପିଚ । ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇପାରେ ।

ABOUT THE AUTHOR

...view details