ନୂଆଦିଲ୍ଲୀ:ପ୍ରିନ୍ସ ଅଫ୍ କୋଲକାତା ସୌରଭ ଗାଙ୍ଗୁଲି ଓ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟରେ ଏକ ବିପ୍ଲବ ଆଣିଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଧିକାଂଶ ସମୟରେ ଦୁହିଁଙ୍କ ମଧ୍ୟରେ ଶ୍ରେଷ୍ଠ ଅଧିନାୟକ କିଏ ବୋଲି ଆଲୋଚନା ହୁଏ । ଦୁହିଁଙ୍କୁ ମଧ୍ୟରୁ ଜଣଙ୍କୁ ବାଛିବା କାଠିକର ପାଠ । ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ବିଦେଶ ମାଟିରେ ବିଜୟ ସ୍ବାଦ ପାଇଥିବାବେଳେ ଧୋନୀ ଭାରତକୁ ତିନିତିନିଥର ବିଶ୍ବ ଚମ୍ପିଆନ କରାଇଛନ୍ତି ।
ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୩-୦୪ରେ ବୋର୍ଡର ଗାଭାସ୍କର ଟ୍ରଫି ବିଜୟ ହୋଇଥିଲା । ଏହାପୂର୍ବରୁ ପାକିସ୍ତାନରେ ଟେଷ୍ଟ ମ୍ୟାଚ୍ ଡ୍ର କରାଇବାରେ ସକ୍ଷମ ହୋଇଥିଲା । ୨୦୦୨ରେ ନେଟୱେଷ୍ଟ ସିରିଜ ବିଜୟ ହୋଇଥିଲା । ଏହାପରେ ସେହି ବର୍ଷ ଚମ୍ପିଆନ୍ସ ଟ୍ରଫିରେ ଯୁଗ୍ମ ଭାବରେ ଟ୍ରଫି ହାସଲ କରିଥିଲା । ଖାଲି ସେତିକି ନୁହେଁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ୨୦୦୩ ବିଶ୍ବକପର ସେମିଫାଇନାଲରେ ମଧ୍ୟ ପହଞ୍ଚି ପାରିଥିଲା ।
ମହେନ୍ଦ୍ର ସିଂହ ଧୋନି ପ୍ରଥମେ ୨୦୦୭ ମସିହା ଟି-୨୦ ବିଶ୍ବକପରୁ ନିଜ ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୯ ମସିହାରେ ଭାରତକୁ ଟେଷ୍ଟ ରାଙ୍କିଂରେ ନମ୍ବର ୱାନ ସ୍ଥାନରେ ପହଞ୍ଚାଇଥିଲେ । ୨୦୧୧ ବିଶ୍ବକପ ଟ୍ରଫି ମଧ୍ୟ ଧୋନୀଙ୍କ ନେତୃତ୍ବରେ ଭାରତ ଜିତିଥିଲା । ୨୦୧୩ ମସିହାରେ ଆଇସିସି ଚମ୍ପିଆନ୍ସ ଟ୍ରଫି ମଧ୍ୟ ଧୋନିଙ୍କ ନେତୃତ୍ବରେ ଭାରତ ହାତେଇଥିଲା ।