ଓଡିଶା

odisha

ETV Bharat / sports

ICC ODI World Cup 2023: ଦିନିକିଆ ବିଶ୍ବକପ୍‌ ଖେଳିବେ ବେନ୍‌ ଷ୍ଟୋକ୍ସ !

ଦିନିକିଆ ବିଶ୍ବକପ ୨୦୨୩ ପୂର୍ବରୁ ଇଂଲଣ୍ଡ ଦଳକୁ ଫେରିବେ ଭେଟେରାନ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ । ଏନେଇ ତାଙ୍କୁ ଦଳର ଅଧିନାୟକ ଜୋସ ବଟଲର ଓ କୋଚ ମାଥ୍ୟୁ ମୋଡ୍‌ ବୁଝାଇବା ପରେ ସେ ଏନେଇ ରାଜି ହୋଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

By

Published : Aug 15, 2023, 9:49 PM IST

ଦିନିକିଆ ବିଶ୍ବକପ୍‌ ଖେଳିବେ ବେନ୍‌ ଷ୍ଟୋକ୍ସ !
ଦିନିକିଆ ବିଶ୍ବକପ୍‌ ଖେଳିବେ ବେନ୍‌ ଷ୍ଟୋକ୍ସ !

ଲଣ୍ଡନ: ଦିନିକିଆ କ୍ରିକେଟ୍‌ର ମହାକୁମ୍ଭ ବିଶ୍ବକପ ୨୦୨୩ ପାଇଁ ଆରମ୍ଭ ହୋଇସାରିଛି ଦଳ ଘୋଷଣା କାର୍ଯ୍ୟକ୍ରମ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ସମସ୍ତ ଦଳ ଘୋଷଣା କରିବା ପାଇଁ ଆଇସିସି ନିର୍ଦ୍ଦେଶ ଦେଇଛି । ଏହାପରେ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ଏହାକୁ ପରିବର୍ତ୍ତନ ମଧ୍ୟ କରାଯାଇ ପାରିବ । ତେବେ ଏହା ମଧ୍ୟରେ ବିଶ୍ବ ବିଜେତା ଇଂଲଣ୍ଡ ଦଳର ଭେଟେରାନ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଅବସରରୁ କମବ୍ୟାକ କରିପାରନ୍ତି ବୋଲି ଆଲୋଚନା ହେଉଛି । ନିଜେ ଦଳର ସୀମିତ ଓଭର କୋଚ୍‌ ମାଥ୍ୟୁ ମୋଡ୍‌ ଓ ଅଧିନାୟକ ଜୋସ ବଟଲର ତାଙ୍କୁ ପୁଣିଥରେ ବିଶ୍ବକପ ଖେଳିବା ପାଇଁ ନିମନ୍ତ୍ରଣ କରିବେ ବୋଲି ରବିବାର କଥା ଦେଇଥିଲେ । ତେବେ ଏନେଇ ଷ୍ଟୋକ୍ସ ରାଜି ହୋଇଥିବା ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।

ବିଶ୍ବକପ୍‌ ଖେଳିବେ ବେନ୍‌ ଷ୍ଟୋକ୍ସ !: ତେବେ ଗତ ରବିବାର ପୂର୍ବତନ ବିଶ୍ବ ଚମ୍ପିଆନ ଇଂଲଣ୍ଡ ଦଳର କୋଚ୍ ମାଥ୍ୟୁ ମୋଡ କହିଥିଲେ, "ଦିନିକିଆ ଦଳରୁ ଅବସର ନେଇ ସାରିଥିବା ବେନ୍ ଷ୍ଟୋକ୍ସ ପୁଣିଥରେ ବିଶ୍ବକପରେ କମବ୍ୟାକ କରିବେ । ଏନେଇ ଦିନିକିଆ ଟିମର ଅଧିନାୟକ ଜୋସ ବଟଲର ଷ୍ଟୋକ୍ସଙ୍କ ସହ ଆଲୋଚନା କରିବେ । ଜୋସ୍ ନିଜ ତରଫରୁ ଷ୍ଟୋକ୍ସଙ୍କ ସହ ଆଲୋଚନା କରିବେ । ଷ୍ଟୋକ୍ସଙ୍କ ନିଷ୍ପତ୍ତି ଆମକୁ ଜଣା ନାହିଁ । କିନ୍ତୁ ଆଶା କରୁଛୁ ତାଙ୍କୁ ପୁଣିଥରେ ଦିନିକିଆ ବିଶ୍ବକପ ଖେଳିବାର ଆମେ ଦେଖିପାରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ବିଶ୍ବକପ ପୂର୍ବରୁ ଇଂଲଣ୍ଡକୁ ଝଟ୍‌କା, କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଷ୍ଟିଭେନ ଫିନ୍‌

୨୦୨୨ରେ ଦିନିକିଆ କ୍ରିକେଟ୍‌ରୁ ନେଇଥିଲେ ସନ୍ନ୍ୟାସ: ନିଜ ଦଳକୁ ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିଆନ୍‌ ବନାଇଥିବା ଷ୍ଟୋକ୍ସ ଗତ ୨୦୨୨ ଜୁଲାଇ ମାସରେ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ । ୨୦୧୯ ଦିନିକିଆ ବିଶ୍ବକପ୍‌ରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ସେ ଇଂଲଣ୍ଡକୁ ପ୍ରଥମ ଥର ପାଇଁ ଆଇସିସି ଦିନିକିଆ ବିଶ୍ବକପ୍ ଟ୍ରଫି ଦେଇଥିଲେ । ଏହି ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଧୂଆଁଧାର ୮୪ ରନ କରି ପ୍ଲେୟର ଅପ୍‌ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ପାଇଥିଲେ ।

କମ୍‌ବ୍ୟାକ୍‌ କରିପାରନ୍ତି ଜୋଫ୍ରା ଆର୍ଚର: ଏହାବ୍ୟତୀତ କିଛିଦିନରୁ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ଇଂଲଣ୍ଡର ଷ୍ଟାର୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ବର୍ତ୍ତମାନ ଫିଟ୍ ହୋଇଛନ୍ତି । ତେଣୁ ଆଗାମୀ ବିଶ୍ବକପ୍‌ରେ ସେ ମଧ୍ୟ ଇଂଲଣ୍ଡ ଦଳରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । କୋଚ୍ କହିଛନ୍ତି, "ଆମେ ତାଙ୍କ କମବ୍ୟାକକୁ ନେଇ ଯୋଜନା କରୁଛୁ । ତେଣୁ ସେ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details