ହାଇଦ୍ରାବାଦ:ଜାନୁଆରୀ 19ରୁ ଆରମ୍ଭ ହେବାକୁ ଯାଉଛି 19 ବର୍ଷରୁ କମ ବିଶ୍ବକପର 15 ତମ ସଂସ୍କରଣ । 20 ଜାନୁଆରୀରୁ ବାଂଲାଦେଶ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ବିଶ୍ବକପ ପାଇଁ ଭାରତୀୟ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତ । ଉଦୟ ସହାରନଙ୍କ ନେତୃତ୍ବରେ ବିଶ୍ବକପ୍ ଖେଳିବ ଭାରତୀୟ ଦଳ । ସେ 19 ବର୍ଷରୁ କମ ଏସିଆ କପରେ ମଧ୍ୟ ଅଧିନାୟକ ରହିଥିଲେ । ସେହିପରି ସୌମ୍ୟ କୁମାର ପାଣ୍ଡେ ଦଳର ଉପଅଧିନାୟକ ରହିବେ । 15 ଜଣ ଖେଳାଳିଙ୍କ ବ୍ୟତିତ 4 ଜଣ ଅତିରିକ୍ତ ରିଜର୍ଭ ଖେଳାଳି ଓ 3ଜଣ ଷ୍ଟାଣ୍ଡବାଏ ଖେଳାଳି ସାମିଲ କରାଯାଇଛି ।
ବିଶ୍ବକପ ପାଇଁ 15 ଜଣିଆ ସ୍କ୍ବାର୍ଡ: ଉଦୟ ସହାରନ(ଅଧିନାୟକ), ସୌମ୍ୟ କୁମାର ପାଣ୍ଡେ(ଉପଅଧିନାୟକ), ଅର୍ଶିନୀ କୁଲକର୍ଣ୍ଣି, ରୁଦ୍ର ମୟୂର ପଟ୍ଟେଲ, ଆଦର୍ଶ ସିଂ , ସଚିନ ଧାସ, ପ୍ରିୟାଂଶୁ ମୋଲିଆ, ମୁସିର ଖାନ, ଆରୋଭେଲି ଅବିନାଶ ରାଓ, ମୁରଗାନ ଅଭିଷେଖ, ଧନୁଷ ଗୌଡା, ଇନ୍ନେଶ ମହାଜନ, ରାଜ ଲିମ୍ବାନୀସ ଧନୁଷ ଗୌଡା ଓ ନମନ ତିଓ୍ବାରୀ ।
ଏହା ମଧ୍ୟ ପଢନ୍ତୁ-U-19 ବିଶ୍ବକପ୍ ପାଇଁ ସେଡ୍ୟୁଲ ଜାରି କଲା ICC, ୨୦ ଜାନୁଆରୀରୁ ଅଭିଯାନ ଆରମ୍ଭ କରିବ ଭାରତ
ନିକଟରେ ଆଇସିସି ପୁରୁଷ ବିଶ୍ବକପ ଶେଷ ହୋଇଥିବା ବେଳେ ପୁଣି ଆଉ ଏକ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକାରେ ଆଇସିସି U-19 ପୁରୁଷ କ୍ରିକେଟ ବିଶ୍ବକପର ଆୟୋଜନ କରାଯାଇଛି । ଜାନୁଆରୀ 19ରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା । କିଛିଦିନ ପୂର୍ବେ 19 ବର୍ଷରୁ କମ ପୁରୁଷ କ୍ରିକେଟ ବିଶ୍ବକପ୍ ପାଇଁ ସେଡ୍ୟୁଲ ଜାରି କରିଥିଲା ଆଇସିସି । ଏହି ଆଇସିସି ଇଭେଣ୍ଟ ଖେଳିବାକୁ ଥିବା ୧୬ ଦଳ ପାଇଁ ଏହି ସେଡ୍ୟୁଲ ଜାରି ହୋଇଥିଲା । ବିଶ୍ବକପ୍ରେ ମୋଟ 41ଟି ମ୍ୟାଚ୍ ଖେଳାଯିବ । ଆୟୋଜକ ଦକ୍ଷିଣ ଆଫ୍ରିକାର 5ଟି ଭେନ୍ୟୁରେ ଏହି ସମସ୍ତ ମ୍ୟାଚ୍ ଖେଳାଯିବ । ଜାନୁଆରୀ ଓ ଫେବୃଆରୀ ମାସ ମଧ୍ୟରେ ତିନି ସପ୍ତାହରୁ ଅଧିକ ସମୟ ଧରି ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ୱେଷ୍ଟ୍ଇଣ୍ଡିଜରେ ଖେଳାଯାଇଥିବା 2022 ସଂସ୍କରଣରେ ଭାରତ ଚମ୍ପିଆନ୍ ହୋଇଥିଲା । ଏଥର ଗ୍ରୁପ-ଏ'ରେ ରହିଛି ଟିମ୍ ଇଣ୍ଡିଆ । ଭାରତ ସହିତ ବାଂଲାଦେଶ, ଆୟର୍ଲ୍ୟାଣ୍ଡ ଏବଂ ୟୁଏସ୍ ମଧ୍ୟ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି ।