ଓଡିଶା

odisha

ETV Bharat / sports

TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ୍‌

ଘୋଷଣା ହେଲା ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ର ମ୍ୟାଚ୍‌ ସୂଚୀ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରବିବାର ଟୁର୍ନାମେଣ୍ଟର ମ୍ୟାଚ୍‌ ସୂଚୀ ଘୋଷଣା କରିଛି । ଆଇପିଏଲର ପଞ୍ଚଦଶ ସଂସ୍କରଣ ୨୬ ମାର୍ଚ୍ଚରୁ ଆରମ୍ଭ ହେବ । ଅଧିକ ପଢନ୍ତୁ

By

Published : Mar 6, 2022, 6:15 PM IST

BCCI announces schedule for TATA IPL 2022
TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-କୋଲକାତା

ମୁମ୍ବାଇ: ଘୋଷଣା ହେଲା ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ର ମ୍ୟାଚ୍‌ ସୂଚୀ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରବିବାର ଟୁର୍ନାମେଣ୍ଟର ମ୍ୟାଚ୍‌ ସୂଚୀ ଘୋଷଣା କରିଛି । ଆଇପିଏଲର ପଞ୍ଚଦଶ ସଂସ୍କରଣ ୨୬ ମାର୍ଚ୍ଚରୁ ଆରମ୍ଭ ହେବ । ଉଦ୍‌ଘାଟନୀ ମ୍ୟାଚ୍‌ ୱାଙ୍ଖେଡେ ଷ୍ଟାଡିୟମ ମୁମ୍ବାଇରେ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ କୋଲକାତା ନାଇଟ ରାଇଡର୍ସ (KKR)।

ମୁମ୍ବାଇ ଓ ପୁନେରେ ୬୫ ଦିନ ଧରି ଖେଳାଯିବାକୁ ଥିବା ବିଶ୍ବର ବିତ୍ତଶାଳୀ ଟି-୨୦ ଲିଗ୍‌ ଆଇପିଏଲରେ ଚଳିତଥର ମୋଟ ୭୦ଟି ଲିଗ ମ୍ୟାଚ୍‌ ଓ ୪ଟି ପ୍ଲେ-ଅଫ୍‌ ମ୍ୟାଚ୍‌ ଖେଳାଯିବ । ମାର୍ଚ୍ଚ ୨୭ରେ ପ୍ରଥମ ଡବଲହେଡର ମ୍ୟାଚ୍‌ ବ୍ରାବୋର୍ନ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ସନ୍ଧ୍ୟାରେ ଡିୱାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଏହାମଧ୍ୟ ପଢନ୍ତୁ: ମୋହାଲି ଟେଷ୍ଟରେ ଭାରତର ବୃହତ ବିଜୟ

ମାର୍ଚ୍ଚ ୨୯ରେ MCA ଷ୍ଟାଡିୟମ ପୁନେରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ଓ ମୁହାଁମୁହିଁ ହେବେ ସନରାଇଜର୍ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଦିନରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଅପରାହ୍ନ ୩:୩୦ରୁ ଆରମ୍ଭ ହେବ ଓ ସନ୍ଧ୍ୟା ମ୍ୟାଚ୍‌ ୭:୩୦ରେ ଖେଳାଯିବ ।

ମଇ ୨୨ରେ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: Ranji Trophy: ବିନା ବିଜୟରେ ରଣଜୀ ଟୁର୍ନାମେଣ୍ଟରୁ ଓଡିଶା ବାହାର

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ଲେଖାଏଁ ମ୍ୟାଚ୍‌ ଆୟୋଜିତ ହେବ । ସେହିପରି ବ୍ରାବୋର୍ନ ଓ MCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ ପୁନେରେ ୧୫ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ମଇ ୨୯ରେ TATA IPL 2022ର ଫାଇନାଲ ମ୍ୟାଚ୍‌ ଖେଳାଯିବ । ତେବେ ପ୍ଲେ-ଅଫ୍‌ ପର୍ଯ୍ୟାୟର ସୂଚୀ ପରବର୍ତ୍ତୀ ସମୟରେ ଘୋଷଣା ହେବ ।

ABOUT THE AUTHOR

...view details