କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବନି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍ । ବଦଳିଲା ଭାରତ-ୱେଷ୍ଟଇଣ୍ଡିଜ ସୀମିତ ଓଭର ସିରିଜର ଭେନ୍ୟୁ । ଭେନ୍ୟୁ ସୂଚୀରୁ ବାଦ୍ ପଡିଲା କଟକର ବାରବାଟୀ ଷ୍ଟାଡିୟମ । ପୂର୍ବସୂଚୀରେ କଟକରେ ଫେବୃଆରୀ ୧୫ରେ ଖେଳାଯାଇଥାନ୍ତା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ।
ଏହାମଧ୍ୟ ପଢନ୍ତୁ:COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଶନିବାର ପରିବର୍ତ୍ତିତ ସୂଚୀ ଘୋଷଣା କରିଛି । ନୂଆ ସୂଚୀ ଅନୁଯାୟୀ, ODI ସିରିଜର ତିନୋଟିଯାକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ ଟି-୨୦ ସିରିଜର ସମସ୍ତ ତିନୋଟି ମ୍ୟାଚ୍ ଇଡେନ ଗାର୍ଡେନ କୋଲକାତାରେ ଖେଳାଯିବ ।
ଏକ ବିଜ୍ଞପ୍ତିରେ BCCI ପକ୍ଷରୁ ଏହା ଘୋଷଣା କରାଯାଇଛି ଯେ, "ପୂର୍ବରୁ ୬ଟି ଭେନ୍ୟୁରେ ମ୍ୟାଚ୍ ଖେଳାଯିବା ନେଇସୂଚୀ ରହିଥିଲା । ମାତ୍ର ଜୈବସୁରକ୍ଷା ବଳୟ ପ୍ରତି ବିପଦ ଥିବାରୁ ଟିମ ସଦସ୍ୟ, ମ୍ୟାଚ୍ ଅଧିକାରୀ, ବ୍ରଡକାଷ୍ଟରର୍ସ ଓ ଅନ୍ୟ ଅଧିକାରୀଙ୍କ ଯାତ୍ରାକୁ କମ କରିବାକୁ ସିରିଜ ମାତ୍ର ଦୁଇଟି ଭେନ୍ୟୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି ।"
ପରିବର୍ତ୍ତିତ ସୂଚୀ:
ପ୍ରଥମ ODI: ଫେବୃଆରୀ ୬, ଅହମ୍ମଦାବାଦ