ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ପ୍ରେସମିଟ କରି ଦଳ ଘୋଷଣା କରିଛନ୍ତି ମୁଖ୍ୟ ଚନୟ କର୍ତ୍ତା ଅଜିତ ଅଗରକର । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଟି-ଟ୍ବେଣ୍ଟି ସ୍ପେଶିଆଲିଷ୍ଟ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି । ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି କେଏଲ ରାହୁଲ ସ୍ଥାନ ବଜାୟ ରଖିଛନ୍ତି । ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏସିଆ କପ୍ରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ବିଶ୍ବକପରେ ରହିଛନ୍ତି ।
ରାହୁଲ ଫିଟନେସରେ ପରୀକ୍ଷା ପାସ କରିଥିବାରୁ ତାଙ୍କୁ ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି । ଏସିଆ କପରେ ଷ୍ଟାଣ୍ଡ ବାଏରେ ଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ବାଦ ପଡିଛନ୍ତି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ଦମଦାର ପାଳି ଖେଳିଥିବା ୱିକେଟ ରକ୍ଷକ ବ୍ୟାଟର ଈଶାନ କିଶନ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ସଞ୍ଜୁ ସାମସନ, ଯୁଝବେନ୍ଦ୍ର ଚହଳ, ଶିଖର ଧାୱାନ ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ସ୍ଥାନ ମିଳିନାହିଁ ।
ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ:ରୋହତି ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଈଶାନ କିଶନ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ) ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମହ ସାମି, ମହମ୍ମଦ ସିରାଜ, କୁଳଦୀପ ଯାଦବ ।