ଓଡିଶା

odisha

By

Published : Jul 1, 2023, 12:59 PM IST

ETV Bharat / sports

ଟିମ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକରୁ ହଟିଲା BYJU's , ସ୍ଥାନ ନେଲା Dream11

ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ହେଲା ଡ୍ରିମ 11 । ଘୋଷଣା କଲା ବିସିସିଆଇ । ଅଧିକ ପଢନ୍ତୁ

Dream11 as new lead sponsor for Indian team
Dream11 as new lead sponsor for Indian team

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଜର୍ସିରେ ବାଇଜୁର ସ୍ଥାନ ନେଲା ଡ୍ରିମ 11 । ଭାରତୀୟ ଦଳର ମୁଖ୍ୟ ପ୍ରାୟୋଜକ ହେଲା ଡ୍ରିମ 11 । ଏନେଇ ଡ୍ରିମ ଇଲେଭେନ ସହିତ ଏକ ଚୁକ୍ତି ସ୍ବାକ୍ଷର ହୋଇଥିବା ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । 3 ବର୍ଷ ପାଇଁ ଏହି ଚୁକ୍ତି ସ୍ବାକ୍ଷର ହୋଇଛି । ଆସନ୍ତା 2026 ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଜର୍ସିର ଲିଡ ସ୍ପନସର ରହିବ ଡ୍ରିମ ଇଲେଭେନ ।

ଚଳିତ ମାସରେ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଇଣ୍ଡିଆ ଟିମ୍ ଜର୍ସିରେ ଡ୍ରିମ୍ 11 ଲୋଗୋ ଦେଖିବାକୁ ମିଳିବ । ଚଳିତ ମାସ ଦ୍ବିତୀୟ ସପ୍ତାହରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଯାକ ଫର୍ମାଟ୍‌ରେ 3ଟି ଶୃଙ୍ଖଳା ଖେଳିବ ଭାରତ । ତେଣୁ ପ୍ରଥମ ସପ୍ତାହରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ଭାରତୀୟ ଦଳ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ ଟି୨୦ ମ୍ୟାଚ୍ ଖେଳିବ । ବିସିସିଆଇ ସଭାପତି ରୋଜର ବିନ୍ନି ଡ୍ରିମ11କୁ ଧନ୍ୟବାଦ ଜଣାଇବା ସହ ସ୍ବାଗତ କରିଛନ୍ତି । ବିସିସିଆଇର ଅଫିସିଆଲ୍ ସ୍ପନସର ହେବା ଠାରୁ ବର୍ତ୍ତମାନ ଲିଡ ସ୍ପନସର ହେବା ପର୍ଯ୍ୟନ୍ତ, ବିସିସିଆଇ-ଡ୍ରିମ୍ 11 ମଧ୍ୟରେ ସହଭାଗିତା ଦିନକୁ ଦିନ ମଜବୁତ ହେଉଥିବା କହିଛନ୍ତି ରୋଜର ବିନ୍ନି ।

ଏହା ମଧ୍ୟ ପଢନ୍ତୁ-Indian Team for West Indies Tour: ରୋହିତ-କୋହଲିଙ୍କର ବିକଳ୍ପ ନାହିଁ, ଟେଷ୍ଟରୁ ପୂଜାରାଙ୍କୁ ଛୁଟି

ଜୁଲାଇ 12 ରୁ 16 ପର୍ଯ୍ୟନ୍ତ ଡୋମିନିକାର ୱିଣ୍ଡସର ପାର୍କ ସ୍ପୋର୍ଟସ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ । ଏହାପରେ ଜୁଲାଇ 20ରୁ 27 ଯାଏ ତ୍ରିନିଦାଦରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ଜୁଲାଇ 27ରୁ ଅଗଷ୍ଟ 1 ତାରିଖ ଯାଏ ଦିନିକିଆ ଓ ଅଗଷ୍ଟ 1ରୁ ଅଗଷ୍ଟ 13 ଯାଏଁ ୱେଷ୍ଟଇଣ୍ଡିଜ ସହ 5ଟି ଟି-ଟେଣ୍ଟି ମ୍ୟାଚ ଖେଳିବ ଭାରତ ।

ଗତ ଜୁନ 24 ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷଣା କରିଥିଲା ବିସିସିଆଇ । ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ରହିବେ ବୋଲି ସ୍ପଷ୍ଟ ହୋଇଛି । ତେବେ ଟେଷ୍ଟ ବିଶେଷଜ୍ଞ ଭାବେ ପରିଚିତ ବ୍ୟାଟର ଚେତେଶ୍ବର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ସେହିପରି ରାହାଣେଙ୍କୁ ଟେଷ୍ଟ ସିରିଜ୍ ପାଇଁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେପଟେ ୧୭ ଜଣିଆ ଦିନିକିଆ ସ୍କ୍ବାଡରେ ୱିକେଟ ରକ୍ଷକ ବ୍ୟାଟର ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି ।।

ABOUT THE AUTHOR

...view details