ଓଡିଶା

odisha

ETV Bharat / sports

ଏଥର ଘରେ ନୁହେଁ, ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖିବେ ଦର୍ଶକ

ଦ୍ବିତୀୟ ପର୍ଯ୍ୟାୟ IPL ପାଇଁ ଷ୍ଟାଡିୟମ ଭିତରେ ଫ୍ୟାନମାନଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯିବ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

BCCIର ଅନୁମତି: ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖିବେ ଦର୍ଶକ
BCCIର ଅନୁମତି: ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖିବେ ଦର୍ଶକ

By

Published : Sep 15, 2021, 4:47 PM IST

Updated : Sep 15, 2021, 5:50 PM IST

ନୂଆଦିଲ୍ଲୀ: IPLକୁ ନେଇ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ୧୯ ତାରିଖରୁ Indian Premier League ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ଷ୍ଟାଡିୟମ ଭିତରେ ଫ୍ୟାନମାନଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯିବ । ଏହାକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । କୋଭିଡ ସଂକ୍ରମଣ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ତେବେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଷ୍ଟାଡିୟମ ଭିତରକୁ ଯିବାକୁ ଫ୍ୟାନମାନଙ୍କୁ ମନା ହୋଇଥିଲା । ପରବର୍ତ୍ତୀ ସମୟରେ ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ କୋରୋନା ସଂକ୍ରମିତ ହେବାପରେ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଥିଲା ।

ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ମ୍ୟାଚ ପାଇଁ ସେପ୍ଟେମ୍ବର ୧୬ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହେବ । ଏଥିପାଇଁ କ୍ରିକେଟ ପ୍ରଶଂସକମାନେ www.iplt20.comରେ ଲଗ୍‌ଇନ୍‌ କରି ପାରିବେ । ଏହାଛଡ଼ା PlatinumList.netରୁ ଟିକେଟ କିଣି ପାରିବେ ଫ୍ୟାନ୍‌ ।

ପ୍ରଥମ ମ୍ୟାଚ ଆବୁଧାବି ଷ୍ଟାଡିୟମରେ ଖେଳାଯିବ । ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ୪ ୬ ଫର୍ଦ୍ଦର ହେଲ୍‌ଥ ଆଡଭାଇଜରୀ ଜାରି ହୋଇଛି । ସୁରୁଖୁରୁରେ ଟୁର୍ଣ୍ଣାମେଣ୍ଟ ପରିଚାଳନା ପାଇଁ ଆଇପିଏଲରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଏହି ହେଲ୍‌ଥ ଆଡଭାଇଜରୀ ମାନିବାକୁ ବାଧ୍ୟ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 15, 2021, 5:50 PM IST

ABOUT THE AUTHOR

...view details