ଓଡିଶା

odisha

ETV Bharat / sports

କ୍ରିକେଟରୁ ରାଜନୀତି, ବାଂଲାଦେଶ ନିର୍ବାଚନରେ ବାଜି ମାରିଲେ ଶାକିବ ଅଲ୍‌ ହାସନ - ବାଂଲାଦେଶ ନିର୍ବାଚନ

Bangladesh polls: ବାଂଲାଦେଶ ନିର୍ବାଚନରେ ଶାକିବ ଅଲ୍‌ ହାସନଙ୍କ ବିଜୟ । ବିପୁଳ ଭୋଟରେ ବିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ବାଜିମାତ କଲେ କ୍ରିକେଟର ଶାକିବ । ଅଧିକ ପଢନ୍ତୁ

କ୍ରିକେଟର ଶାକିବ ଅଲ୍‌ ହାସନ
Bangladesh polls

By ETV Bharat Odisha Team

Published : Jan 8, 2024, 1:53 PM IST

ଢାକା: କ୍ରିକେଟ ପରେ ରାଜନୀତିରେ ବାଂଲାଦେଶ ଅଧିନାୟକ ଶାକିବ ଅଲ୍‌ ହାସନଙ୍କୁ ସଫଳତା । ବାଂଲାଦେଶ ସଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ଶାକିବ ଅଲ୍‌ ହାସନ । ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢି ବିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । କ୍ରିକେଟ ମୈଦାନରେ ନିଜର ଦକ୍ଷତା ଦେଖାଇଥିବା ଶକିବ ରାଜନୀତିରେ ମଧ୍ୟ ନିଜର ଦକ୍ଷତା ଦେଖାଇବାରେ ସଫଳ ହୋଇଛନ୍ତି । ସେ, ମାଗୁରା 1 ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗ ଦଳରୁ ଲଢ଼ି ବିଜୟୀ ହୋଇଛନ୍ତି। ପ୍ରାୟ 1, 85, 388 ଭୋଟ ପାଇ ସେ ନିର୍ବାଚନରେ ବାଜି ମାରି ନେଇଛନ୍ତି । ରାଜନୀତିରେ ରହିଲେ ମଧ୍ୟ ସେ କ୍ରିକେଟ ଖେଳ ଜାରି ରଖିବେ ।

ଏହା ମଧ୍ୟ ପଢନ୍ତୁ-ବାଂଲାଦେଶ ନିର୍ବାଚନରେ ଶେଖ ହସିନାଙ୍କ ବମ୍ପର ବିଜୟ, ପଞ୍ଚମ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ

ରବିବାର ବାଂଲାଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାଗୁରା 1 ନିର୍ବାଚନମଣ୍ଡଳୀରୁ ଶାକିବ ନିର୍ବାଚନ ଲଢି ବିପକ୍ଷ ପ୍ରତିଦ୍ବନ୍ଦୀଙ୍କୁ ପରାସ୍ତ କରିଛନ୍ତି । ବିଜୟ ପରେ ବର୍ତ୍ତମାନ ପର୍ଯନ୍ତ ଶାକିବଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଶାକିବ ଅଲ୍‌ ହାସନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କାଜି ରେଜ୍ବାଲ ହାସନ ମୋଟ 45,993 ଭୋଟ୍ ପାଇଛନ୍ତି। ଶାକିବ ବାଂଲାଦେଶ ଦିନିକିଆ କ୍ରିକେଟ ଟିମର ଅଧିନାୟକ ଅଛନ୍ତି । ନିକଟରେ ସେ ଭାରତରେ ଆୟୋଜିତ ବିଶ୍ବକପ ମଧ୍ୟ ଖେଳିଥିଲେ । 8ଟି ମ୍ୟାଚ ତାଙ୍କ ନେତୃତ୍ବରେ ଦଳ ଖେଳିଥିବା ବେଳେ ପରେ ସେ ଆହତ କାରଣରୁ ବାଦ ପଡ଼ିଥିଲେ ।

ଏହା ମଧ୍ୟ ପଢନ୍ତୁ-'ଭାରତ ବାଂଲାଦେଶର ବିଶ୍ୱସ୍ତ ବନ୍ଧୁ'; ନିର୍ବାଚନ ମଧ୍ୟରେ ଭାରତକୁ ଶେଖ୍ ହସିନାଙ୍କ ପ୍ରଶଂସା

ନିର୍ବାଚନ ପୂର୍ବରୁ ବାଂଲାଦେଶରେ ବ୍ୟାପକ ହିଂସା ଘଟିଥିଲା । ବିରୋଧୀ ଦଳ ଆନ୍ଦୋଳନ କରିବା ସହ ଏକ ଟ୍ରେନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ବ୍ୟାପକ ହିଂସା ପରେ ମଧ୍ୟ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 300 ଆସନ ବିଶିଷ୍ଟ ବାଂଲାଦେଶ ସଂସଦରେ 299ଟି ସିଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ 223 ସିଟରେ ଆଓ୍ବାମୀ ଲିଗ୍ ଦଳ ବିଜୟୀ ହୋଇଛି । ବିପୁଳ ଭୋଟ ପାଇ ଚତୁର୍ଥ ଥର ପାଇଁ ଆଓ୍ବାମୀ ଲିଗ ଦଳ ନିର୍ବାଚନରେ ବିଜୟ ହାସଲ କରିଛି । ପଞ୍ଚମ ଥର ପାଇଁ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details