ଓଡିଶା

odisha

ETV Bharat / sports

INDvsAUS Womens 2nd T20i : ଭାରତ ଆଗରେ ୧୮୮ ରନର ଟାର୍ଗେଟ, ମୁନୀ ଓ ମ୍ୟାକଗ୍ରାଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଦ୍ବିତୀୟ ଟି୨୦ ମ୍ୟାଚ୍ ଖେଳୁଛି । ଭାରତୀୟ ଟିମ୍‌ ଆଗରେ ୧୮୮ ରନର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

By

Published : Dec 11, 2022, 9:00 PM IST

INDvsAUS Womens 2nd T20I : ଭାରତ ଆଗରେ ୧୮୮ ରନର ଟାର୍ଗେଟ, ମୁନୀ ଓ ମ୍ୟାକଗ୍ରେଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ
INDvsAUS Womens 2nd T20I : ଭାରତ ଆଗରେ ୧୮୮ ରନର ଟାର୍ଗେଟ, ମୁନୀ ଓ ମ୍ୟାକଗ୍ରେଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ମୁମ୍ବାଇ:ଭାରତୀୟ ମହିଳା ଦଳ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ଟି20 ସିରିଜ । ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଦ୍ବିତୀୟ ଟି୨୦ ମ୍ୟାଚ୍ ଖେଳୁଛି । ଭାରତୀୟ ଟିମ୍‌ ସମ୍ମୁଖରେ ୧୮୮ ରନର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଗୋଟିଏ ୱିକେଟ ହରାଇ ୧୮୭ ରନ କରିଛି । ବେଥ୍ ମୁନୀ ଓ ତାହିଲା ମ୍ୟାକଗ୍ରେଥ୍ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଆରମ୍ଭରୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଚମତ୍କାର ବ୍ୟାଟିଂ କରିଥିଲେ । ଅଧିନାୟିକା ଅଲିଶା ହେଲୀ ୨୫ ରନ କରି ଆଉଟ ହୋଇଥିଲେ । ଏହାପରେ ଅଷ୍ଟ୍ରେଲିଆ ମହିଳା କ୍ରିକଟରଙ୍କୁ ରୋକିବାରେ ବିଫଳ ରହିଥିଲେ ଭାରତୀୟ ବୋଲର । ବେଥ୍ ମୁନୀ ଓ ତାହିଲା ମ୍ୟାକଗ୍ରାଥଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୮୭ ରନ କରିବାରେ ସକ୍ଷମ ହୋଇପାରିଥିଲା । ବେଥ୍ ମୁନୀ ୫୪ ବଲରୁ ୧୩ ଚୌକା ବଳରେ ୮୨ ରନର ଇନିଂସ ଖେଳିଥିଲେ । ସେହିପରି ତାହିଲା ମ୍ୟାକଗ୍ରେଥ୍ ୫୧ ବଲରୁ ୧୦ଟି ଚୌକା ଓ ଗୋଟିଏ ଛକା ସହିତ ୭୦ ରନର ଇନିଂସ ଖେଳିଥିଲେ ।

ଭାରତୀୟ ବୋଲର ବିପକ୍ଷ ଦଳ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଦୀପ୍ତି ଶର୍ମା ଗୋଟିଏ ୱିକେଟ ନେଇଥିଲେ । ଦ୍ବିତୀୟ ଟି୨୦ ମ୍ୟାଚ୍ ଜିତିବାକୁ ଭାରତ ୧୮୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୧-୦ ରେ ଆଗୁଆ ରହିଛି ।

ABOUT THE AUTHOR

...view details