ଓଡିଶା

odisha

ETV Bharat / sports

ମହିଳା ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ୨୭୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ - ମିତାଲି ରାଜ

ପ୍ରଥମ ଇଂନିସରେ ବିଶାଳ ୩୭୭ ରନ୍‌ କରିବାପରେ, ୧୩୫/୩ରେ ଦ୍ବିତୀୟ ଇଂନିସ ଘୋଷଣା କରିଛି ଭ୍ରମଣକାରୀ ଭାରତ । ଅଧିକ ପଢନ୍ତୁ...

Aus W v Ind W, pink-ball Test: Shafali scores fifty, Australia need 272 runs to win
ମହିଳା ଦିବାରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ୨୭୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

By

Published : Oct 3, 2021, 4:03 PM IST

ଗୋଲ୍ଡ କୋଷ୍ଟ: ଏଠାରେ ଖେଳାଯାଉଥିବା ମହିଳା ଦିବାରାତ୍ର ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇଂନିସ ପରି ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ଦ୍ବିତୀୟ ଇଂନିସରେ ମଧ୍ୟ ଦେଖିବାକୁ ମିଳିଛି । ଓପନର ସ୍ମୃତି ମାନ୍ଧାନାଙ୍କ ଐତିହାସିକ ଶତକୀୟ ଇଂନିସ ବଳରେ ପ୍ରଥମ ଇଂନିସରେ ବିଶାଳ ୩୭୭ ରନ୍‌ କରିବାପରେ, ୧୩୫/୩ରେ ଦ୍ବିତୀୟ ଇଂନିସ ଘୋଷଣା କରିଛି ଭ୍ରମଣକାରୀ ଭାରତ ।

ଫଳରେ ଘରୋଇ ଅଷ୍ଟ୍ରେଲିଆ ସାମ୍ନାରେ ୨୭୨ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ମାତ୍ର ମ୍ୟାଚ୍‌ର ଚତୁର୍ଥ ଦିନ ହୋଇଥିବାରୁ ଘରୋଇ ଟିମ ପାଖରେ ବିଜୟ ପାଇଁ ମାତ୍ର ୩୨ ଓଭର ରହିଛି । ଦ୍ବିତୀୟ ଇଂନିସରେ ଦୁଇ ଭାରତୀୟ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ଲଢୁଆ ପ୍ରଦର୍ଶନ ସହ କଙ୍ଗାରୁ ବୋଲରଙ୍କୁ ଉଚିତ ମୁକାବିଲା କରିଥିଲେ ।

ଉଭୟ ଓପନିଂ ଯୋଡିରେ ୧୩୫ ରନ୍‌ ଉଠାଇଥିଲେ । ମାନ୍ଧାନା ୪୮ ବ୍‌ଲରୁ ୬ଟି ଆକର୍ଷଣୀୟ ଚୌକା ସହାୟତାରେ ୩୧ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ । ମାତ୍ର ଶେଫାଳି ବ୍ୟାଟିଂ ଜାରି ରଖିବା ସହ ଅର୍ଦ୍ଧଶତକ ପୂରଣ କରିଥିଲେ । ୯୧ ବଲ୍‌ରୁ ୬ଟି ଚୌକା ସହାୟତାରେ ୫୨ ରନ୍‌ର ଇଂନିସ ଖେଳିଥିଲେ । ପୁନମ ରାଉତ ୪୧ ରନ୍‌ ଓ ଦିପ୍ତୀ ଶର୍ମା ୩ ୩ ରନ୍‌ରେ ଅପରାଜିତ ଥିବାବେଳେ କ୍ୟାପଟେନ ମିତାଲି ରାଜ ଇଂନିସ ଘୋଷଣା କରିଥିଲେ ।

ପୂର୍ବରୁ ପ୍ରଥମ ଇଂନିସରେ ଭାରତର ୩୭୭/୮ ର ଜବାବରେ ଅଷ୍ଟ୍ରେଲିଆ ମହିଳା ଟିମ ୨୪୧ ରନ୍‌ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details