କଲମ୍ବୋ :ଏସିଆ କପ ସୁପର 4 ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଭାରତ ବିରାଟ ବିଜୟ ହାସଲ କରିଛି । ଦୁଇ ଦିନ ବର୍ଷାର ଲୁଚକାଳି ଓ ଫ୍ୟାନ୍ସଙ୍କ ଉତ୍କଣ୍ଠା ଭିତରେ ଠିକ ସମୟରେ ଫର୍ମକୁ ଫେରି ଜବରଦସ୍ତ ବିଜୟ ହାସଲ କରିଛି ନେଇ ମ୍ୟାନ୍ ଇନ୍ ବ୍ଲ୍ୟୁ । ଏହା କେବଳ ଭାରତୀୟ କ୍ରିକେଟ ଟିମ୍ର ବିଜୟ ନୁହେଁ ସମଗ୍ର ଭାରତବାସୀଙ୍କ ବିଜୟ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତର ବାଜିମାତ ସହ ଏସିଆ କପ୍ ମ୍ୟାଚ୍ରେ କଲମ୍ବୋରେ ଏକାଧିକ ରେକର୍ଡ ନିଜ ନାମରେ କରିଛି ଭାରତ । କଲମ୍ବୋର ପ୍ରେମଦାସ ଷ୍ଟାଡିମୟରେ ବହୁ ରେକର୍ଡ ଭାରତ ଓ ଭାରତୀୟ ଖେଳାଳି ନିଜ ନାଁରେ କରିଛନ୍ତି । ଜାଣନ୍ତୁ କଣ ସେହି ରେକର୍ଡ ।
ପାକିସ୍ତାନ ବିପକ୍ଷରେ ସର୍ବାଧିକ, ଏସିଆ କପରେ ରେକର୍ଡ ଭାଗୀଦାରି: ଏସିଆ କପ୍ ସୁପର 4 ରାଉଣ୍ଡ୍ରେ ପାକିସ୍ତାନ ବିପକ୍ଷରେ ଭାରତ ଦୁଇଟି ରେକର୍ଡ ଭଙ୍ଗ କରିଛି । ବିରାଟ କୋହଲି ଓ କେଏଲ ରାହୁଲଙ୍କ ତୃତୀୟ ୱିକେଟ୍ରୁ 194 ବଲ୍ ଖେଳି 233ରନ ଗଠନ କରିଥିଲେ । ଦିନିକିଆ କ୍ରିକେଟ୍ରେ ଏହା ଉଭୟ ଏସିଆ କପ୍ ଓ ପାକିସ୍ତାନ ବିପକ୍ଷରେ ସର୍ବାଧିକ ଭାଗିଦାରୀ । ଏହା ପୂର୍ବରୁ ଏସିଆ କପ୍ର ଦିନିକିଆ ଫର୍ମାଟରେ ସର୍ବାଧିକ ଭାଗିଦାରୀ ପାକିସ୍ତାନର ମହମ୍ମଦ ହାଫିଜ ଓ ନାସିର ଜାମଶେଦଙ୍କ ନାମରେ ଥିଲା । 2012 ଏସିଆ କପ୍ରେ ଭାରତ ବିପକ୍ଷରେ 224ରନ କରି ରେକର୍ଡ କରିଥିଲେ । ସେହିପରି ପାକିସ୍ତାନ ବିପକ୍ଷ ସମସ୍ତ ଦିନିକିଆ ମ୍ୟାଚରେ ଭାରତର ନବଜୋତ ସିଂ ସିଦ୍ଧୁ ଓ ସଚିନ ତେନ୍ଦୁଲକର 1996ରେ ସାରାଜାହରେ ଅନୁଷ୍ଠିତ ମ୍ୟାଚରେ 21ରନ ଭାଗୀଦାରୀ କରି ରେକର୍ଡ କରିଥିଲେ ।
ସର୍ବାଧିକ ଦଳଗତ ସ୍କୋର୍ ସହ ସମକ୍ଷକ: ମ୍ୟାଚରେ ଭାରତ 2ଟି ୱିକେଟ୍ ହରାଇ 356ରନର ବିଶାଳ ସ୍କୋର କରିଥିଲା । ଯାହା ପାକିସ୍ତାନ ବିପକ୍ଷରେ ସର୍ବାଧିକ ସ୍କୋର୍ କରିବାର ରେକର୍ଡ ସହ ସମକକ୍ଷ ହୋଇଛି । 18 ବର୍ଷ ପୂର୍ବେ 2005ରେ ଭାରତ 9 ୱିକେଟ ହରାଇ 356 ରନ୍ କରିଥିଲା । ଏହି ମ୍ୟାଚରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ 148 ରନ କରିଥିଲା । ଭାରତ ଏହି ମ୍ୟାଚ୍କୁ 58 ରନ୍ରେ ଜିତିଥିଲା ।