ଲାହୋର:ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସିଆ କପରେ ଆଜିଠୁ ସୁପର-4 ରାଉଣ୍ଡ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଗ୍ରୁବ-ଏର ପାକିସ୍ତାନ ଓ ଗ୍ରୁପ ବିର ବାଂଲାଦେଶ ପରସ୍ପରକୁ ଭେଟିବେ । ଘରୋଇ ମାଟିର ଫାଇଦା ଉଠାଇବାକୁ ଚେଷ୍ଟା କରିବ ପାକିସ୍ତାନ । ଲାହୋରର ଗଡାଫି ଷ୍ଟାଡିମରେ ଖେଳାଯିବ ମ୍ୟାଚ । ପାକିସ୍ତାନ ଏ ପର୍ଯ୍ୟନ୍ତ ଏସିଆ କପରେ ଅପରାଜେୟ ରହିଛି । ଉଦଘାଟନୀ ମ୍ୟାଚରେ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା ଦଳ । ଦ୍ବିତୀୟ ମ୍ୟାଚ ଭାରତ ବିପକ୍ଷରେ ଖେଳିଥିଲା ମାତ୍ର ବର୍ଷା ପାଇଁ ଉକ୍ତ ମ୍ୟାଚ ବାତିଲ ହୋଇଥିଲା । ଆଜି ଘରୋଇ ମାଟିରେ ବାଂଲାଦେଶକୁ ହରାଇବାକୁ ପ୍ରୟାସ କରିବ ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ।
ପାକିସ୍ତାନ ବନାମ ବାଂଲାଦେଶ: ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ 238ରନ ବିଡ ବିଜୟ ହାସଲ କରିଥିଲା । ଏହା ପରେ ଭାରତ ବିପକ୍ଷରେ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ପାକିସ୍ତାନୀ ବୋଲର । ମାତ୍ର ବର୍ଷା ପାଇଁ ଉକ୍ତ ମ୍ୟାଚ ବାତିଲ ହୋଇଥିଲା ଫଳରେ ଦୁଇ ଦଳ ପଏମ୍ଟ ଭାଗ କରିଥିଲେ । ନେପାଳ ବିପକ୍ଷରେ ବାବର ଆଜମ ଶତକ ହାସଲ କରିଥିଲେ । ଆଜି ମଧ୍ୟ ଘରୋଇ ମାଟିରେ ଶତକ ହାସଲ କରିବାକୁ ପ୍ରୟାସ କରିବେ ବାବର । ସେହିପରି ଘାତକ ସାବ୍ୟସ୍ତ ହୋଇଥିବା ପେସ ବୋଲର ସାହିନ ଆଫ୍ରିଦଙ୍କ ଉପରେ ନଜର ରହିବ । ସେ ଉଭୟ ନେପାଳ ଓ ଭାରତ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇଥିଲେ । ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ପାକିସ୍ତାନ ବିଜୟର ଦାବିଦାର ରହିଛି ।
ସେପଟେ ବାଂଲାଦେଶ କଡା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ଶ୍ରୀଲଙ୍କା ବିପକ୍ଷରେ 5 ୱିକେଟରେ ପରାସ୍ତ ହୋଇଥିଲା । ମାତ୍ର ଆଫଗାନିସ୍ତାନ ବିପକ୍ଷରେ କମବ୍ୟାକ କରି ବିଜୟ ହାସଲ କରିଥିଲା । ଲିଟନ ଦାସ ଫିଟ ହୋଇ ଦଳକୁ ଫେରିଥିବାରୁ ଦଳର ମନୋବଳ ବଢିଛି । ସାକିବ ଅଲ ହାସନ ଓ ମୁସଫିକର ରହିମ ବ୍ୟାଟିଂ ବିଭାଗ ସମ୍ଭାଳିବେ । ସୁପର4 ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ ଦଳକୁ ଏକ ଝଟକା ଲାଗିିଥିବା ନଜମୁଲ ହୋସେନ ଶାଣ୍ଟୋ ଆହତ ହୋଇ ଦଳରୁ ବାତ ପଡିଛନ୍ତି । ତାଙ୍କ ଅନୁପିସ୍ଥିତି ବିନା ଖେଳିବ ବାଂଲାଦେଶ । ନଜମୁଲଙ୍କ ସ୍ଥାନରେ ଲିଟନ ଦାସ ଖେଳିବେ ।