ଓଡିଶା

odisha

ETV Bharat / sports

Asia cup 2022: ଆଜିଠୁ ସୁପର ୪ ଲଢେଇ, ମୁହାଁମୁହିଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ

ଏସିଆ କପରେ ଆଜିଠୁ ସୁପର ମୁକାବିଲା । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ । ଅଧିକ ପଢନ୍ତୁ

Asia cup 2022 :ଆଜିଠୁ ସୁପର ୪ ଲଢେଇ,  ମୁହାଁମୁହଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ
Asia cup 2022 :ଆଜିଠୁ ସୁପର ୪ ଲଢେଇ, ମୁହାଁମୁହଁ ହେବେ ଶ୍ରୀଲଙ୍କା-ଆଫଗାନିସ୍ତାନ

By

Published : Sep 3, 2022, 10:45 AM IST

ହାଇଦ୍ରାବାଦ: ଚଳିତ ଏସିଆ କପ୍ (Asia cup)ଟୁର୍ଣ୍ଣାମେଣ୍ଟରେ ଆଜିଠୁ ଆରମ୍ଭ ହେବ ସୁପର ୪ ମ୍ୟାଚ । ସୁପର ୪ରେ ରହିଛନ୍ତି ଭାରତ, ଶ୍ରୀଲଙ୍କା, ପାକିସ୍ତାନ ଓ ଆଫଗାନିସ୍ତାନ । ସୁପର ୪ରେ ମୋଟ ୬ଟି ମ୍ୟାଚ ଖେଳାଯିବ । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ (Afghanistan vs Sri Lanka) । ସାରଜାହା ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ । ପୂର୍ବରୁ ଗୃପ ବି' ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ହରାଇ ସୁପର ୪ରେ ପ୍ରବେଶ କରିଥିଲା ଶ୍ରୀଲଙ୍କା । ସେହିପରି ପୂର୍ବରୁ ହଂକଂକୁ ହରାଇ ସୁପର ୪ରେ ପ୍ରବେଶ କରିଛି ପାକିସ୍ତାନ ।

ଏହା ମଧ୍ୟ ପଢନ୍ତୁ-Asia Cup 2022: ରବିବାର ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ

ସୁପର-୪ ମହାମୁକାବିଲା

ପ୍ରଥମ ମ୍ୟାଚ- ସେପ୍ଟେମ୍ବର୩- ଆଫଗାନିସ୍ତାନ vs ଶ୍ରୀଲଙ୍କା (ସାରଜା)

ଦ୍ବିତୀୟ ମ୍ୟାଚ-ସେପ୍ଟେମ୍ବର୪- ଭାରତ vs ପାକିସ୍ତାନ(ଦୁବାଇ)

ତୃତୀୟ ମ୍ୟାଚ-ସେପ୍ଟେମ୍ବର୬- ଶ୍ରୀଲଙ୍କା vs ଭାରତ(ଦୁବାଇ)

ଚତୁର୍ଥ ମ୍ୟାଚ-ସେପ୍ଟେମ୍ବର୭- ପାକିସ୍ତାନ vs ଆଫଗାନିସ୍ତାନ (ସାରଜା)

ପଞ୍ଚମ ମ୍ୟାଚ-ସେପ୍ଟେମ୍ବର୮- ଭାରତ vs ଆଫଗାନିସ୍ତାନ(ଦୁବାଇ)

ଷଷ୍ଠମ୍ୟାଚ-ସେପ୍ଟେମ୍ବର୯- ଶ୍ରୀଲଙ୍କା vs ପାକିସ୍ତାନ (ଦୁବାଇ)

ଏହା ମଦ୍ୟ ପଢନ୍ତୁ-ଏସିଆ କପ୍‌ର ଐତିହାସିକ ଫାଇନାଲ ମ୍ୟାଚ ରେକର୍ଡ

୨୭ ଅଗଷ୍ଟରୁ ଏସିଆ କପ ମ୍ୟାଚ ଆରମ୍ଭ ହୋଇଥିବା ବେଳେ Group Aରେ ଥିବା ଭାରତ ୨ଟି ମ୍ୟାଚ ଖେଳି ବିଜୟୀ ହୋଇଛି । ସେହିପରି ପାକିସ୍ତାନ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଥିଲା । Group Bରେ ଥିବା ଆଫଗାନିସ୍ତାନ ୨ଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ୨ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇ ସୁପର ୪ରେ ପ୍ରବେଶ କରିଥିଲା । ସୁପର ୪ ମ୍ୟାଚ ଶେଷ ପରେ ସେପ୍ଟେମ୍ବର ୧୧ରେ ଟପ ୨ରେ ଥିବା ଦୁଇ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଏସିଆ କପର ପ୍ରଥମ ସଂସ୍କରଣ ୧୯୮୪ ମସିହା ୟୁଏଇରେ ଖେଳାଯାଇଥିଲା । ଏସିଆ କପରେ ଭାରତ ମୋଟ ସାତ ଥର ଟାଇଟଲ ହାସଲ କରିଛି । ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ମସିହାରେ ଭାରତ ଏସିଆ କପର ଟାଇଟଲ ନିଜ ନାମରେ କରିବାରେ ସଫଳ ହୋଇଛି । ସେହିପରି ଶ୍ରୀଲଙ୍କା ୫ ଥର ଏବଂ ପାକିସ୍ତାନ ୨ ଥର ଏସିଆ କପ ଟାଇଟଲ ହାସଲ କରିଛନ୍ତି ।

ABOUT THE AUTHOR

...view details