ହାଇଦ୍ରାବାଦ:ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ ଶ୍ରେଷ୍ଠ 5ଜଣ ବୋଲର ଚୟନ କରିଛନ୍ତି । ଏହି ତାଲିକାରେ 3ଜଣ ଭାରତୀୟ ବୋଲର ସ୍ଥାନ ପାଇଛନ୍ତି । ଚାପେଲ ଚୟନ କରିଥିବା 5ଜଣ ଶ୍ରେଷ୍ଠ ବୋଲର ହେଉଛନ୍ତି, ପାଟ କମିନ୍ସ, କାଗିସୋ ରବାଡା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ।
ଅଷ୍ଟ୍ରେଲୀୟ ସ୍ପିଡଷ୍ଟାର ପାଟ କମିନ୍ସଙ୍କୁ ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟରର ଆକାଶ ଚୋପ୍ରା ଓ ସଞ୍ଜୟ ମଞ୍ଜ୍ରେକରଙ୍କ ସହ ଚାପେଲ ଚୟନ କରିଛନ୍ତି ।