ନୂଆଦିଲ୍ଲୀ:ସଦ୍ୟ ସମାପ୍ତ ବିଶ୍ବକପ ପରେ ଏବେ ଟି-ଟ୍ବେଣ୍ଟି ବିଶ୍ବକପ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ କ୍ରିକେଟ ଦଳ । ବିଶ୍ବକପ ପରେ ଆସନ୍ତା ଜାନୁଆରୀ 11 ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଖେଳାଯିବ । ଏନେଇ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ । ଜାନୁଆରୀ 11ରୁ 17ତାରିଖ ଯାଏ ଏହି ସିରିଜ ଖେଳାଯିବ । ବିଶ୍ବକପ ପରେ ଭାରତ ଆସନ୍ତାକାଲିଠୁ ଅଷ୍ଟ୍ରେଲିଆ ବିପକ୍ଷରେ 5ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ସିରିଜ ଖେଳିବ ।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମୋହାଲିରେ ଖେଳାଯିବ । ଏହାପରେ ଦ୍ବିତୀୟ ଟ୍ବି-ଟ୍ବେଣ୍ଟି (ଜାନୁଆରୀ 14)ରେ ଇନ୍ଦୋରରେ, ତୃତୀୟ ଟି-ଟ୍ବେଣ୍ଟି ( ଜାନୁଆରୀ 17) ବେଙ୍ଗାଲୁରୁରେ ଖେଳାଯିବ । ଆସନ୍ତା ଜୁନ- ଜୁଲାଇରେ ଟି-ଟ୍ବେଣ୍ଟି ବିଶ୍ବକପ ରହିଛି । ଫଳରେ ଦିନିକିଆ କ୍ରିକେଟରୁ ନଜର ହଟି ଟି-ଟ୍ବେଣ୍ଟି ବିଶ୍ବକପ ଉପରେ ରହିଛି । ବିଶ୍ବକପ 2023ରେ ଆଫଗାନିସ୍ତାନ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ଡସକୁ ହରାଇଥିଲା । ଅଷ୍ଟ୍ରେଲିଆକୁ ମଧ୍ୟ କଡା ଟକ୍କର ଦେଇଥିଲା । ସେପଟେ ଆଫଗାନିସ୍ତାନ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଖେଳିବ । ୱେଷ୍ଟ ଇଣ୍ଡିଜରେ ଟି-20 ବିଶ୍ବକପ 2024 ନବମ ସଂସ୍କରଣ ଅନୁଷ୍ଠିତ ହେବ ।