ଓଡିଶା

odisha

ETV Bharat / sports

1983 ବିଶ୍ବକପ ହିରୋ ଯଶପାଲ ଶର୍ମାଙ୍କ ପରଲୋକ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ - 1983 ବିଶ୍ବ କପ ବିଜେତା

ଭାରତର ପୂର୍ବତନ କ୍ରକେଟର ତଥା 1983 ବିଶ୍ବକପ ବିଜେତା ଯଶପାଲ ଶର୍ମାଙ୍କ ପରଲୋକ । ଅଧିକ ପଢନ୍ତୁ...

ୟସପାଲ ଶର୍ମାଙ୍କ ପରଲୋକ
ୟସପାଲ ଶର୍ମାଙ୍କ ପରଲୋକ

By

Published : Jul 13, 2021, 11:51 AM IST

Updated : Jul 13, 2021, 1:04 PM IST

ଚଣ୍ଡିଗଡ: ଭାରତର ପୂର୍ବତନ କ୍ରକେଟର ତଥା 1983 ବିଶ୍ବକପ ବିଜେତା ଯଶପାଲ ଶର୍ମାଙ୍କ ପରଲୋକ । ଦୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।

କ୍ରିକେଟରୁ ଅବସର ନେବା ପରେ ସେ ଗଣମାଧ୍ୟମରେ କ୍ରିକେଟ ବିଶେଷଜ୍ଞ ଭାବରେ ନିଜ ମତ ପ୍ରକାଶ କରୁଥିଲେ । ତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଚମତ୍କାର କ୍ରିକେଟ୍ କ୍ୟାରିୟରରେ, 70 ଏବଂ 80 ଦଶକ ମଧ୍ୟରେ ଯଶପାଲଙ୍କୁ ଦକ୍ଷ କ୍ରିକେଟର ଭାବରେ ବିବେଚନା କରାଯାଉଥିଲା । 1983 ବିଶ୍ବ କପ ଜିତିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।

1954 ମସିହା ଅଗଷ୍ଟ 11 ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମଗ୍ରହଣ କରିଥିଲେ ୟସପାଲ । ଭାରତ ପାଇଁ ସେ 42ଟି ଟେଷ୍ଟ ମ୍ୟାଚ ଓ 37ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 1979ରେ ଇଂଲଣ୍ଡ ବିପକ୍ଷରେ ସେ ଡେବ୍ୟୁ କରିଥିଲେ । ତାଙ୍କ କ୍ୟାରିୟରରେ 1606 ରନ କରି ଦୁଇଥର ଶତକ,9ଥର ଅର୍ଦ୍ଧଶତକ ତାଙ୍କ ନାଁରେ କରିଛନ୍ତି । ପ୍ରକାଶ ଯେ, 1983 ବିଶ୍ବକପ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ 61 ରନର ମ୍ୟାଚ ୱିନିଂ ଇନିଂସ ଖେଳିଥିଲେ ଯଶପାଲ । ୧୯୮୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ସେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

1978ରେ ପାକିସ୍ତାନ ବିପକ୍ଷରେ ସେ ଦିନିକିଆରେ ଡେବ୍ୟୁ କରିଥିଲେ । ଚମତ୍କାର 883 ରନ ସଂଗ୍ରହ କରିଥିଲେ । ଅବସର ପରେ ସେ ବିସିସିଆଇ (Indian cricket board) ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜଡିତ ଥିଲେ । ଯଶ ପାଲଙ୍କ ଦେହାନ୍ତ କ୍ରୀଡା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ଯଶପାଲଙ୍କ ନିଧନରେ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି ।

ଏହାସହିତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିୟୋଗ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ କ୍ରିକେଟକୁ ଏକ ଅଭୁଲା ମୂହୁର୍ତ୍ତ ଦେଇଥିବା କ୍ରିକେଟର ହେଲେ ଯଶପାଲ । ଏନେକ ଯୁବ ଖେଳାଳିଙ୍କୁ ଆଗକୁ ଆଣିବାରେ ତାଙ୍କର ଗୁୁରୁତ୍ବପୂର୍ଣ ଭୂମିକା ଥିଲା । ତାଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବାଚସ୍ପତି ଓମ ବିର୍ଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 13, 2021, 1:04 PM IST

ABOUT THE AUTHOR

...view details