ଓଡିଶା

odisha

ସ୍ବିସ ଓପନ 2021: ମାରିନଙ୍କ ବିଜୟ, ରୌପ୍ୟରେ ସନ୍ତୁଷ୍ଟ ସିନ୍ଧୁ

By

Published : Mar 7, 2021, 9:04 PM IST

ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ସ୍ବିସ ଓପନ 2021ରେ ରନର୍ସଅପ ହୋଇଛନ୍ତି । ଅଧିକ ପଢନ୍ତୁ...

Swiss Open: Sindhu runner-up after crushing defeat to Marin
ସ୍ବିସ ଓପନ 2021: ମାରିନଙ୍କ ବିଜୟ, ରୌପ୍ୟରେ ସନ୍ତୁଷ୍ଟ ସିନ୍ଧୁ

ବାସେଲ:ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ସ୍ବିସ ଓପନ 2021ରେ ରନର୍ସଅପ ହୋଇଛନ୍ତି । ମହିଳା ଏକକ ବର୍ଗର ଫାଇନାଲରେ କାରୋଲିନା ମାରିନଙ୍କ ଠାରୁ ପରାସ୍ତ ହେବା ପରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ ।

ରବିବାର ଖେଳାଯାଇଥିବା ମେଗା ଫାଇନାଲ ମୁକାବିଲାରେ 12-21, 5-21 ସେଟ୍‌ରେ ସ୍ପାନିସ ଅଲମ୍ପିକ ଚମ୍ପିଆ ତଥା ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 3 ନମ୍ବର ସ୍ଥାନରେ ଥିବା କାରୋନିଲା ମାରିନ ବିଜୟୀ ହୋଇଛନ୍ତି ।

ସ୍ବିସ ଓପନ ସୁପର 300 ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ସିନ୍ଧୁ ସ୍ବର୍ଣ୍ଣ ଜିତିବେ ବୋଲି ଆଶା ରହିଥିଲା । ମାତ୍ର ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ମାରିନ ପୁଣି ଏକ ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର 7 ନଂସ୍ଥାନରେ ଥିବା ସିନ୍ଧୁଙ୍କୁ ହରାଇବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details