ଓଡିଶା

odisha

ETV Bharat / sports

'ସିନ୍ଧୁଙ୍କ ସଫଳତା ବିରଳ, ପରବର୍ତ୍ତୀ ପୀଢିକୁ ପ୍ରେରିତ କରିବ'

ଅଲମ୍ପିକରେ ଦୁଇଟି ପଦକ ଜିତିଥିବା ଦେଶର ପ୍ରଥମ ମହିଳା ଖେଳାଳି ହେବାର ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ପିଭି ସିନ୍ଧୁ । ଅଧିକ ପଢନ୍ତୁ...

By

Published : Aug 2, 2021, 4:08 PM IST

SINDHUS FEAT RARE WILL INSPIRE NEXT GENERATION ABHINAV BINDRA
'ସିନ୍ଧୁଙ୍କ ସଫଳତା ବିରଳ, ପରବର୍ତ୍ତୀ ପିଢିକୁ ପ୍ରେରିତ କରିବ'

ନୂଆଦିଲ୍ଲୀ:ଅଲମ୍ପିକରେ ଭାରତର ଏକମାତ୍ର ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ବିଜେତା ରାଇଫଲ ସୁଟର ଅଭିନବ ବିନ୍ଦ୍ରା, ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲମ୍ପିକରେ ଦୁଇଟି ପଦକ ଜିତିଥିବା ଦେଶର ପ୍ରଥମ ମହିଳା ଖେଳାଳି ହେବାର ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ସିନ୍ଧୁ । ଫଳରେ ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇ ବିନ୍ଦ୍ରା କହିଛନ୍ତି, ଏହା ଏକ 'ଦୁର୍ଲଭ' ଉପଲବ୍ଧି । ପରବର୍ତ୍ତୀ ଆଥଲେଟ୍‌ ପୀଢିଙ୍କୁ ସିନ୍ଧୁଙ୍କ ପରି ରୋଲ୍‌ ମଡେଲ ମିଳିଥିବାରୁ ସେମାନେ ଭାଗ୍ୟବାନ।

୨୦୦୮ ବେଜିଂ ଅଲମ୍ପିକରେ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ବିଜେତା ବିନ୍ଦ୍ରା କହିଛନ୍ତି, "ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବାରୁ ବହୁତ ଅଭିନନ୍ଦନ । ଯେଉଁ ସଫଳତା ଆପଣଙ୍କୁ ମିଳିଛି, ଦେଶର ବହୁତ କମ ଆଥଲେଟ୍‌ ଏପରି କରିବାରେ ଭାଗ୍ୟଶାଳୀ ରହିଛନ୍ତି । ବିଶ୍ବରେ ଅନେକ ଖେଳ କ୍ୟାରିୟର ଅଲମ୍ପିକ ପଦକ ବିନା ଶେଷ ହୋଇଯାଇଥାଏ, ଏହାକୁ ଜିତିବାକୁ ବର୍ଷ ବର୍ଷ ଲାଗିଯାଏ ।"

ରବିବାର ଚୀନ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୨୧-୧୩, ୨୧-୧୫ରେ ହରାଇ ବ୍ରୋଞ୍ଜ ବିଜୟିନୀ ହୋଇଛନ୍ତି ସିନ୍ଧୁ । ଚଳିତ ଟୋକିଓ ଅଲମ୍ପିକରେ ଭାରତର ପଦକ ସଂଖ୍ୟାରେ ଆଉ ଏକ ପଦକ ଯୋଡି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details