ଓଡିଶା

odisha

ETV Bharat / sports

ବିଦେଶୀ ବିଟ୍‌ରେ ସିନ୍ଧୁଙ୍କ ଦେଶୀ ଠୁମକା, ପସନ୍ଦ କଲେଣି ୧୦ଲକ୍ଷ ଦର୍ଶକ - ଲଭ ନ୍ବାଣ୍ଟିଟି

ଲଭ ନ୍ବାଣ୍ଟିଟି ଗୀତର ତାଳେ ତାଳେ ଠୁମକା ଲଗାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ...

'ଲଭ ନ୍ବାଣ୍ଟିଟି' ଗୀତରେ ଧୂମ ମଚାଇଲେ ପି.ଭି ସିନ୍ଧୁ
'ଲଭ ନ୍ବାଣ୍ଟିଟି' ଗୀତରେ ଧୂମ ମଚାଇଲେ ପି.ଭି ସିନ୍ଧୁ

By

Published : Nov 10, 2021, 12:04 PM IST

ନୂଆଦିଲ୍ଲୀ:ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ତାଙ୍କ ଖେଳରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଖବରରେ ସ୍ଥାନ ପାଆନ୍ତି । ହେଲେ ଏଥର କିଛି ଅଲଗା କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଲଭ ନ୍ବାଣ୍ଟିଟି ଗୀତରେ ଏହି ତାରକାଙ୍କ ନାଚିବା ଏବେ ଚର୍ଚ୍ଚାର କାରଣ ହୋଇଛି ।

ବିଶ୍ବ ବିଖ୍ୟାତ ନାଇଜେରିଆ ସଙ୍ଗୀତ ଲଭ ନ୍ବାଣ୍ଟିଟି ଏବେ ୟୁଟ୍ୟୁବର ଗ୍ଲୋବାଲ ଚାଟ୍‌ର ଶୀର୍ଷରେ ରହିଛି । ଏହି ଗୀତରେ ଧୂମ ମଚାଇଛନ୍ତି ପି.ଭି ସିନ୍ଧୁ । ଗୀତର ତାଳେ ତାଳେ ନାଚି ପ୍ରଶଂସକଙ୍କୁ ନୂଆ ଦକ୍ଷତାର ପରିଚୟ ଦେଇଛନ୍ତି ସିନ୍ଧୁ । ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯେଉଁଥିରେ ସିନ୍ଧୁ ଏକ ସିଗ୍ରୀନ କାଞ୍ଜିବରମ ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି । ସିନ୍ଧୁଙ୍କ ଏହି ଭିଡିଓକୁ ଗୋଟିଏ ଦିନରେ ୧.୨ ମିଲିୟନ ଦର୍ଶକ ଦେଖିସାରିଛନ୍ତି ।

ଦୁଇଥର ଅଲମ୍ପିକ୍ସ ବିଜୟିନୀ ୨୬ ବର୍ଷୀୟ ସିନ୍ଧୁ ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଭୂଷଣ ସମ୍ମାନ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ୨୦୧୫ରେ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଓ ୨୦୧୬ରେ ଖେଳ ରତ୍ନ ପୁରସ୍କାର ପାଇଛନ୍ତି । ପ୍ରକାଶ ଥାଉ କି, ଟୋକିଓ ଅଲମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଚ ମେଡାଲ ଜିତିଥିଲେ । ଦୁଇଥର ଅଲମ୍ପିକ୍ସ ମେଡାଲ ଜିତିଥିବା ଭାରତର ପ୍ରଥମ ମହିଳା ହେଲେ ପି.ଭି ସିନ୍ଧୁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details