ନୂଆଦିଲ୍ଲୀ: ଆସନ୍ତା 26 ମାର୍ଚ୍ଚରୁ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ଆଉ ଏଥି ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ଓ ସାଇନା ନେହୱାଲ। ଏହାସହ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ। ସୂଚନା ଯୋଗ୍ୟ ଯେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତଙ୍କୁ ହଙ୍ଗକଙ୍ଗରେ ଖେଳାଯାଇଥିବା ଏସିଆ ମିକ୍ସଡ୍ ଟିମ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ବିଶ୍ରାମ ଦିଆଯାଇଥିଲା ।
ଇଣ୍ଡିଆ ଓପନ ପାଇଁ ପ୍ରସ୍ତୁତ ସାଇନା-ସିନ୍ଧୁ - ସାଇନା
ଗତ ବର୍ଷ ଏସିଆ ମିକ୍ସଡ୍ ଟିମ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତ କେବଳ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ହିଁ ପହଁଞ୍ଚି ପାରିଥିଲା। କିନ୍ତୁ ଏଥର ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରୁ ହିଁ ବାହାରି ଯାଇଥିଲା।
ଗତବର୍ଷ ଏସିଆ ମିକ୍ସଡ୍ ଟିମ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାରତ କେବଳ କ୍ୱାଟର ଫାଇନାଲ ପର୍ଯ୍ୟନ୍ତ ହିଁ ପହଁଞ୍ଚି ପାରିଥିଲା। କିନ୍ତୁ ଏଥର ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରୁ ହିଁ ବାହାରି ଯାଇଥିଲା। ସୂଚନା ଯେ ଇଣ୍ଡିଆ ଓପନରେ ସିନ୍ଧୁଙ୍କୁ ଦ୍ୱିତାୟ ଓ ସାଇନାଙ୍କୁ ପଞ୍ଚମ ପ୍ରାଥମିକତା ଦିଆଯାଇଛି।
ସାଇନା ନେହୱାଲ 2010 ଓ 2015ରେ ଇଣ୍ଡିଆ ଓପନ ଜିତି ସାରିଛନ୍ତି। ସେପଟେ ପିଭି ସିନ୍ଧୁ 2017 ଓ ଶ୍ରୀକାନ୍ତ 2015ରେ ଜିତିଥିଲେ। ଏହାସହ 2010ରେ ଦିଜୁ ଓ ଜ୍ୱାଲା ଗୁଟ୍ଟା ମିକ୍ସ ଡବଲ୍ସରେ ବିଜୟହାସଲ କରିଥିଲେ। କିନ୍ତୁ 2018ରେ ଭାରତ ଗୋଟିଏ ବି ବିଜୟ ହାତେଇ ପାରିନଥିଲା ।