ହାଇଦ୍ରାବାଦ: ବ୍ୟାଡମିଣ୍ଟନ କୋର୍ଟରୁ ଭାରତ ପାଇଁ ଲଗାତାର ଖୁସି ଖବର ଆସିବାରେ ଲାଗିଛି । ବାସେଲ ଠାରେ ଖେଳାଯାଉଥିବା ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପରେ ମହିଳା ଏକକ SL3 ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ମାନସୀ ଜୋଶୀ ।
ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ: ସ୍ବର୍ଣ୍ଣ ଜିତିଲେ ଭାରତର ମାନସୀ ଜୋଶୀ - ବିଶ୍ବ ଚମ୍ପିଆନ
ବିଶ୍ବ ପାରା ବ୍ୟାଡମିଣ୍ଟନ ଚମ୍ପିଆନସିପ ଫାଇନାଲରେ ବିଶ୍ବ ମାନ୍ୟତାର ନଂ 1 ଖେଳାଳି ପାରୁଲ ପାର୍ମରଙ୍କୁ 21-12, 21-7 ସେଟରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ମାନସୀ ଜୋଶୀ ।
ମାନସୀ ବିଶ୍ବ ମାନ୍ୟତାର ନଂ 1 ଖେଳାଳି ପାରୁଲ ପାର୍ମରଙ୍କୁ 21-12, 21-7 ସେଟରେ ହରାଇଛନ୍ତି । ଏଥି ସହିତ ପ୍ରଥମ ଟାଇଟଲ ମଧ୍ୟ ହାସଲ କରିଛନ୍ତି ।
ତେବେ ସ୍ବର୍ଣ୍ଣ ପଦକ ଜିତିବା ପରେ ମାନସୀ କହିଛନ୍ତି, "ମୁଁ ଜଣେ ବିଶ୍ବ ଚମ୍ପିଆନ ହୋଇପାରିଛି । ସେଥିପାଇଁ ନିଜ ଉପରେ ବହୁତ ଗର୍ବ ଅନୁଭବ ହେଉଛି । ଶାରୀରିକ ଅକ୍ଷମତା ସତ୍ତ୍ବେ ଏଭଳି ଏକ ଖେଳକୁ କ୍ୟାରିୟର କରି, ବିଶ୍ବ ଚମ୍ପିଆନ ହେବା ଏତେ ସହଜ ନୁହେଁ । ଏହା ମୋର କ୍ୟାରିୟରର ସ୍ବର୍ଣ୍ଣିମ ସମୟ" ।
ସମାନ ସ୍ଥାନରେ ମହିଳା ଏକକ ବର୍ଗର ହାଇ ପ୍ରୋଫାଇଲ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ପିଭି ସିନ୍ଧୁ ମଧ୍ୟ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ।