ଓଡିଶା

odisha

By

Published : Jun 8, 2021, 7:15 PM IST

ETV Bharat / sports

ଟୋକିଓ ପାରାଅଲମ୍ପିକ ଯୋଗ୍ୟତା ଅର୍ଜନ କଲେ ଓଡିଆ ପୁଅ ପ୍ରମୋଦ ଭଗତ

ଟୋକିଓ ପାରାଅଲମ୍ପିକ ୨୦୨୦ ପାଇଁ ବିଧିବଦ୍ଧ ଭାବେ ଯୋଗ୍ୟତା ଅର୍ଜନ କଲେ ଓଡିଆ ପୁଅ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

Odia para athlete pramod bhagat officially qualifiy for Tokyo 2020 paralympic games
ଓଡିଆ ପୁଅ ପ୍ରମୋଦ ଭଗତଙ୍କ ଟୋକିଓ ପାରାଅଲମ୍ପିକ ଯୋଗ୍ୟତା ଅର୍ଜନ

ଭୁବନେଶ୍ବର:ଟୋକିଓ ପାରାଅଲମ୍ପିକ ୨୦୨୦ ପାଇଁ ବିଧିବଦ୍ଧ ଭାବେ ଯୋଗ୍ୟତା ଅର୍ଜନ କଲେ ଓଡିଆ ପୁଅ ପ୍ରମୋଦ ଭଗତ । ଏକକ ବର୍ଗରେ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବେ ଓଡିଆ ପୁଅ ପ୍ରମୋଦ ।

ଜୁନ ୮ ତାରିଖରେ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ (BWF) ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ପାରାଅଲମ୍ପିକ୍ କମିଟି ଅଫ୍ ଇଣ୍ଡିଆକୁ ସୂଚନା ଦିଆ ଯାଇଛି ଯେ, ଟୋକିଓ ୨୦୨୦ ପାରାଅଲମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଏକକ ବର୍ଗ ପାଇଁ ଆଉ ୩ ଭାରତୀୟ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି | ସେଥିରେ ଓଡ଼ିଶାର ପ୍ରମୋଦ ଭଗତ ରହିଛନ୍ତି ।

ପୁରୁଷ ଏକକ ବର୍ଗରେ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦୁଇ ଖେଳାଳି ହେଉଛନ୍ତି, ତରୁଣ ତାରୁଣ ଓ କ୍ରୀଷ୍ଣା ନଗର । ଗତବର୍ଷ ହେବାକୁ ଥିବା ବିଶ୍ବକ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ କୋରୋନାଭାଇରସ ସଂକ୍ରମଣ କାରଣରୁ ସ୍ଥଗିତ ହେବାସହ ଚଳିତ ବର୍ଷ ଆୟୋଜନ ନେଇ ଘୋଷଣା ହୋଇଥିଲା । ଆଗାମୀ ଜୁଲାଇ 23ରୁ ଅଲମ୍ପିକ ଓ ପରେ ଅଗଷ୍ଟରେ ପାରାଅଲମ୍ପିକ ଗେମ୍ସ ଅନୁଷ୍ଠିତ ହେବ । ସେଥିପାଇଁ ସମସ୍ତ ଦେଶର ଆଥଲେଟ ପ୍ରସ୍ତୁତିରେ ଲାଗିଛନ୍ତି । ଭାରତୀୟ ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ପ୍ରାଥମିକତା ଭିତ୍ତିରେ କୋରୋନା ସଞ୍ଜିବନୀ ମଧ୍ଯ ଦିଆଯାଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details