ଭୁବନେଶ୍ବର: ନ୍ୟାସନାଲ ପାରା-ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ରେ ବିଶ୍ବ ନମ୍ବର ୧ SL3 ପାରା-ବ୍ୟାଡ୍ମିଣ୍ଟନ ଖେଳାଳି ପାରୁଲ ପରମାରଙ୍କ କମାଲ୍ । ଭୁବନେଶ୍ବରରେ ଖେଳାଯାଉଥିବା ଚତୁର୍ଥ ନ୍ୟାସନାଲ ପାରା-ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପ୍ରେ ଗୁଜୁରାଟର ଝିଅ ପାରୁଲ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ଉତ୍ତରାଖଣ୍ଡର ମନଦୀପ କୌରଙ୍କୁ ୧୯-୨୧, ୨୧-୧୭, ୨୧-୧୦ ସେଟ୍ରେ ହରାଇ ପାରୁଲ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି । ପ୍ରଥମ ସେଟ୍ରେ ପରାଜୟ ସତ୍ତ୍ବେ, ଦମଦାର କମବ୍ୟାକ୍ ସହ ପରବର୍ତ୍ତୀ ଦୁଇଟି ସେଟ୍ରେ ବିଜୟୀ ହୋଇଥିଲେ ।
ମନଦୀପ କୌର ରୌପ୍ୟରେ ସନ୍ତୁଷ୍ଟ ହୋଇଥିବାବେଳେ ମାନଷୀ ଜୋଷୀ ସମାନ ଇଭେଣ୍ଟରେ ବ୍ରୋଞ୍ଜ ହାତେଇଛନ୍ତି ।