ନୂଆଦିଲ୍ଲୀ: ଋଷିଆର କଜାନ ଠାରେ 30 ସେପ୍ଟେମ୍ବର ଠାରୁ 13 ଅକ୍ଟୋବର ଯାଏଁ ବିଡବ୍ଲୁଏଫ୍ ବିଶ୍ବ ଜୁନିୟର ଚମ୍ପିଆନସିପ୍ ଅନୁଷ୍ଠିତ ହେବ । ତେବେ ଏନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘ(ବିଏଆଇ) ଗତକାଲି 23 ଜଣ ଖେଳାଳୀଙ୍କ ନାଁ ଘୋଷଣା କରିଛି।
ବିଶ୍ବ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ୍ ପାଇଁ ଭାରତୀୟ ଦଳ ଘୋଷଣା - badminton
ବିଡବ୍ଲୁଏଫ୍ ବିଶ୍ବ ଜୁନିୟର ଚମ୍ପିଆନସିପ୍ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ସଂଘ 23 ସଦସ୍ୟଙ୍କ ଚୟନ କରିଛି।
ଜୁନିୟର ବାଳକ ସିଙ୍ଗଲ୍ ବର୍ଗରେ ତାମିଲନାଡୁର ସତୀଶ କୁମାର, ନାଗପୁରର ରୋହନ ଗୁରବାନୀ, ମଣିପୁରର ମେଇରାବା ଲୁଆଙ୍ଗ ଓ ତେଲେଙ୍ଗନାର ପ୍ରଣବ ରାଓ ଗନ୍ଧମ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ । ସେହିପରି ବାଳିକା ସିଙ୍ଗଲ ବର୍ଗରେ ଗୁଜୁରାଟର ତସନୀମ ମୀର, ଉତ୍ତରାଖଣ୍ଡର ଅଦିତି ଭଟ୍ଟ ଓ ଉନ୍ନିତ ବିଷ୍ଟ ଓ କର୍ଣ୍ଣାଟକର ତୃଷା ହେଗଡେ ରହିଛନ୍ତି ।
ଭାରତ ପକ୍ଷରୁ ବାଳକ ଡବଲ୍ସରେ ମନଜିତ୍ ସିଂ-ଡିଙ୍କୁ ସିଂ ସମେତ ୟଶ -ଇମାନ ଏବଂ ନବନୀତ -କାଦର ବିଶ୍ବ ଜୁନିୟର ଚମ୍ପିଆନସିପ୍ରେ ପ୍ରତିନିଧିତ୍ବ କରିବେ। ସେହିପରି ବାଳିକା ଡବଲ୍ସରେ ଆଦିତି-ତନୀଷାଙ୍କ ସମେତ ତ୍ରିଶା- ଭିଏସ୍ ଭର୍ସିନୀ ଏବଂ ସ୍ମୃତି- ସମର୍ଦ୍ଧି ରହିଛନ୍ତି । ମିକ୍ସ ଡବଲ୍ସରେ ତନୀଷା-ଇଶାନ, ଶଙ୍କର-ନଫିସା ସାରା ଓ ରମୟା ସିଭି- ସତୀଶଙ୍କ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ। ତେବେ ଏହି ଜୁନିୟର ଦଳର ଟ୍ରେନିଙ୍ଗ ଶିବିର ବେଙ୍ଗାଲୁରୁରେ ଆଗାମୀ 13 ତାରିଖରୁ 27ସେପ୍ଟେମ୍ବର ଯାଏଁ ଚାଲିବ।