ଓଡିଶା

odisha

ବିଜୟ ସହ ସ୍ବିଜ୍ ଓପନରେ ଯାତ୍ରା ଆରମ୍ଭ କଲା ଭାରତ

By

Published : Mar 3, 2021, 10:53 PM IST

ସ୍ବିଜ ଓପନ 2021ରେ ବିଜୟ ସହ ଯାତ୍ରା ଆରମ୍ଭ କଲା ଭାରତ। ଭାରତୀୟ ପୁରଷ ବ୍ୟାଡମିଣ୍ଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ସମୀର ବର୍ମାଙ୍କୁ ମାତ ଦେଇଛନ୍ତି। ଅଧିକ ପଢ଼ନ୍ତୁ..

ବିଜୟ ସହ ସ୍ବିଜ୍ ଓପନରେ ଯାତ୍ରା ଆରମ୍ଭ କଲା ଭାରତ
ବିଜୟ ସହ ସ୍ବିଜ୍ ଓପନରେ ଯାତ୍ରା ଆରମ୍ଭ କଲା ଭାରତ

ବେସେଲ: ସ୍ବିଜ ଓପନ 2021ରେ ବିଜୟ ସହ ଯାତ୍ରା ଆରମ୍ଭ କଲା ଭାରତ। ଭାରତୀୟ ପୁରଷ ବ୍ୟାଡମିଣ୍ଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ସମୀର ବର୍ମାଙ୍କୁ ମାତ ଦେଇଛନ୍ତି। ପ୍ରଥମ ରାଉଣ୍ଡରେ ସେ ସମୀର ବର୍ମାଙ୍କୁ ତିନୋଟି ସେଟ 18-21, 21-18 ଓ 21-11ରେ ପରାଜିତ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ସେ ପୂର୍ବତନ ବିଶ୍ବର ଏକ ନମ୍ବର ଖେଳାଳି ଫ୍ରାନ୍ସର ଥମାସ ରକ୍ସେଲଙ୍କ ସହ ହେବ।

ଫ୍ରାନ୍ସର ଥମାସ ରକ୍ସେଲ ପ୍ରଥମ ରାଉଣ୍ଡରେ କାନାଡାର ଜିୟାଡୋଙ୍ଗ ଶେଙ୍ଗଙ୍କୁ ଦୁଇଟି ସେଟରେ ପରାସ୍ତ କରିଛନ୍ତି। ବର୍ତ୍ତମାନ ବିଶ୍ବ ରାଙ୍କିଂରେ 13ତମ ସ୍ଥାନରେ ରହିଛନ୍ତି। ସେପଟେ ବିଶ୍ବର 32ତମ ସ୍ଥାନରେ ରହିଥିବା ସୌରଭ ବର୍ମା ସ୍ବିଜରଲାଣ୍ଡର କ୍ରିଷ୍ଟିୟନ କ୍ରିଚମେୟରଙ୍କୁ ଦୁଇଟି ସେଟରେ ପରାଜିତ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର କୁନଲାବୁତ ବିଦର୍ତସନଙ୍କୁ ଭେଟିବେ।

ତେବେ ଏଚଏସ ପ୍ରଣାୟଙ୍କୁ ପ୍ରଥମ ରାଉଣ୍ଡରେ ପରାଜିତ ହେବାକୁ ପଡ଼ିଛି। ସେ ନେଦରଲାଣ୍ଡର ମାର୍କ କେଲଜୋଉଙ୍କ ସହ ଏକ ଘଣ୍ଟା ଦୁଇ ମିନିଟ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳିବା ପରେ ପରାଜିତ ହୋଇଛନ୍ତି। ତିନୋଟି ସେଟ 21-19, 9-21 ଓ 21-17 ପଏଣ୍ଟରେ ପରାସ୍ତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details