ଓଡେନ୍ସ(ଡେନ୍ମାର୍କ): ଚଳିତ ଡେନମାର୍କ ଓପନରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ତୁର୍କୀର ନେସଲିହାନ ୟିଗିଟଙ୍କୁ ୨୧-୧୨ ଓ ୨୧-୧୦ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ମ୍ୟାଚ୍ ୩୦ ମିନିଟ ଧରି ଖେଳାଯାଇଥିଲା ।
ସଂପୂର୍ଣ୍ଣ ମ୍ୟାଚ୍ରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଓ ତୁର୍କୀ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ନିରୁପାୟ କରିଥିଲେ ।