ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ସଂଘ(ବିଏଆଇ) କୋରୋନା ଭାଇରାସର ଆତଙ୍କକୁ ଦେଖି 23ମାର୍ଚ୍ଚରୁ ଅଫିସ ବନ୍ଦ ରଖିବାର ନିଷ୍ପତ୍ତି ନେଇଛି । ଷ୍ଟାଫଙ୍କ ସ୍ବାସ୍ଥ୍ୟକୁ ନଜରରେ ଏହି ନିଷ୍ପତ୍ତି ନେଇଛି ।
କୋରୋନା ଭୟ: 23ମାର୍ଚ୍ଚରୁ ବିଏଫ୍ଆଇ ଅଫିସ ବନ୍ଦ, ଘରେ ରହି କାମ କରିବେ ଷ୍ଟାଫ
କ୍ରୀଡା ଜଗତକୁ କୋରୋନା ଭୟ । 23 ମାର୍ଚ୍ଚରୁ ବିଏଫ୍ଆଇ ଅଫିସ ବନ୍ଦ । ଘରେ ରହି କାମ କରିବେ ଷ୍ଟାଫ ।
bfi
ବିଏଆଇ କହିଛି ଯେ, 31ମାର୍ଚ୍ଚ ପରେ ସ୍ଥିତି ସମୀକ୍ଷା କରାଯିବ । ଷ୍ଟାଫମାନେ ଘରୁ କାମ କରିବେ ଓ ଅତ୍ୟନ୍ତ ଜରୁରୀ ଥିଲେ ଅଫିସ ଆସିବେ ନହେଲେ ଘରେ ରହି କାମ କରିବିକୁ କୁହାଯାଇଛି ।
ବିଏଆଇ ପୂର୍ବରୁ ବିସିସିଆଇ, ବଙ୍ଗଳା କ୍ରିକେଟ ସଂଘ ଓ ମହାରାଷ୍ଟ୍ର କ୍ରିକେଟ ସଂଘ ନିଜ ନିଜ ଅଫିସ ବନ୍ଦ କରି ସାରିଲେଣି । କ୍ରୀଡାମନ୍ତ୍ରଳାୟ ବି ସମସ୍ତ ଜାତୀୟ କ୍ରୀୟ ମହାସଂଘକୁ 15 ଏପ୍ରିଲ ୟାଏଁ ସମସ୍ତ କାର୍ଯ୍ୟସୂଚୀକୁ ବନ୍ଦ ରଖିବାକୁ କହିଛି ।