ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ସଂଘ କିଦାମ୍ବୀ ଶ୍ରୀକାନ୍ତ ଓ ସାଇ ପ୍ରଣୀତଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି । ସେହିପରି ଅର୍ଜୁନ ଆୱାର୍ଡ ପାଇଁ ଏଚ.ଏସ. ପ୍ରଣୟ ପ୍ରଣବ ଜେରୀ ଚୋପ୍ରା ଓ ସମୀର ବର୍ମାଙ୍କ ନାମ ସୁପାରିଶ କରିଛି BAI ।
ପୂର୍ବରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ ଆବେଦନର ଶେଷ ତାରିଖ ଘୁଞ୍ଚାଇଥିଲା । ପୂର୍ବରୁ ଜୁନ 21 ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଥିଲା । କ୍ରୀଡା ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ, କୋଚ୍, ସଂସ୍ଥା ଓ ବିଶ୍ବବିଦ୍ୟାଳୟର ନାମ ଇମେଲ ଯୋଗେ ଆଦେବନ କରିପାରିବେ । ଏନେଇ ମନ୍ତ୍ରଣାଳୟ ପୂର୍ବରୁ ସ୍ପଷ୍ଟ କରିଥିଲା ।