ଓଡିଶା

odisha

ETV Bharat / sports

ଏସିଆନ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌: କ୍ବାର୍ଟରରୁ ସିନ୍ଧୁ-ସାଇନାଙ୍କ ଯାତ୍ରା ଶେଷ

ସିଆନ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ବାର୍ଟର ରାଉଣ୍ଡରେ ପରାଜୟ ସହ ଭାରତର ଯାତ୍ରା ଶେଷ କରିଛନ୍ତି ଭାରତୀୟ ଟପ୍‌ ମହିଳା ସର୍ଟଲ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ।

By

Published : Apr 26, 2019, 8:57 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବୁହାନ(ଚୀନ୍‌): 54ବର୍ଷର ପ୍ରତିକ୍ଷା ବି ଫେଲ ମାରିଛି । ଚଳିତଥର ମଧ୍ୟ କ୍ବାର୍ଟରରୁ ଅଭିଯାନ ଶେଷ କରିଛନ୍ତି ଭାରତୀୟ ଟପ୍‌ ମହିଳା ସର୍ଟଲ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ । ଏଠାରେ ଚାଲିଥିବା ଏସିଆନ ବ୍ୟାଡମିଣ୍ଟନ ଚାମ୍ପିଅନସିପର କ୍ବାର୍ଟର ରାଉଣ୍ଡରେ ପରାଜୟ ସହ ଭାରତର ଯାତ୍ରା ଶେଷ କରିଛନ୍ତି ଏହି ଦୁଇ ସର୍ଟଲର ।

ଆହୁରି ପଢନ୍ତୁ- ଏସିଆନ୍‌ ଚାମ୍ପିଅନସିପ୍‌: 54ବର୍ଷ ପରେ ଟାଇଟଲ ଲକ୍ଷ୍ୟରେ ସିନ୍ଧୁ-ସାଇନା

ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର ରାଉଣ୍ଡରେ ସାଇନା 13-21, 23-21, 16-21 ଗେମରେ ଜାପାନର ୟାମିଗୁଚିଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ଅଲମ୍ପିକ ବିଜେତା ସିନ୍ଧୁ 19-21, 9-21 ସିଧାସଳଖ ଗେମରେ ବିଶ୍ବର 17ନମ୍ବର ଖେଳାଳି ଚୀନର ୟାନାୟାନଙ୍କଠାରୁ ପରାସ୍ତ ହୋଇଛନ୍ତି ।

ସେହିପରି ବିଶ୍ବ ମାନ୍ୟତାର 8ମ ସ୍ଥାନରେ ଥିବା କିଦାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି । ସେ ବିଶ୍ବର 51ନମ୍ବର ଖେଳାଳି ସେଶର ହିରେନଙ୍କଠାରୁ 16-21, 20-22 ସେଟରେ ସିଧାସଳଖ ଭାବେ ପରାଜିତ ହୋଇଛନ୍ତି ।

ABOUT THE AUTHOR

...view details