ଓଡିଶା

odisha

ETV Bharat / sports

ଅଲ ଇଂଲଣ୍ଡ ଓପନ: କାଣ୍ଟାଫୋନ ୱାଙ୍ଗଚାରୋନଙ୍କୁ ମାତ ଦେଲେ ଲକ୍ଷ୍ୟ ସେନ

ଅଲ ଇଂଲଣ୍ଡ ଓପନ 2021ରେ ଥାଇଲ୍ୟାଣ୍ଡର କାଣ୍ଟାଫୋନ ୱାଙ୍ଗଚାରୋନଙ୍କୁ ପରାଜିତ କଲେ ଲକ୍ଷ୍ୟ ସେନ। ଅଧିକ ପଢ଼ନ୍ତୁ...

By

Published : Mar 18, 2021, 5:22 PM IST

ଅଲ ଇଂଲଣ୍ଡ ଓପନ: କାଣ୍ଟାଫୋନ ୱାଙ୍ଗଚାରୋନଙ୍କୁ ମାତ ଦେଲେ ଲକ୍ଷ୍ୟ ସେନ
ଅଲ ଇଂଲଣ୍ଡ ଓପନ: କାଣ୍ଟାଫୋନ ୱାଙ୍ଗଚାରୋନଙ୍କୁ ମାତ ଦେଲେ ଲକ୍ଷ୍ୟ ସେନ

ବର୍ମିଂହାମ:ଅଲ ଇଂଲଣ୍ଡ ଓପନ 2021ରେ ଥାଇଲ୍ୟାଣ୍ଡର କାଣ୍ଟାଫୋନ ୱାଙ୍ଗଚାରୋନଙ୍କୁ ମାତ ଦେଇଛନ୍ତି ଲକ୍ଷ୍ୟ ସେନ। ପ୍ରଥମ ରାଉଣ୍ଡରେ ଦୁଇଟି ସିଧାସଳଖ ସେଟ 21- 18, 21- 12 ପଏଣ୍ଟରେ ସେ ଥାଇଲଣ୍ଡ ସଟରଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟରେ ଦୁହିଁ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।

ଦ୍ବିତୀୟ ସେଟରେ 49 ମିନିଟ ଧରି ଖେଳ ଚାଲିଥିଲା। ତେବେ ଏହି ମୁକାବିଲା ଏକ ପାଖିଆ ଭଳି ମନେ ହେଉଥିଲା। ଲକ୍ଷ୍ୟଙ୍କ କୌଣସି ସଟର ଜବାବ ଦେଇ ପାରିନଥିଲେ କାଣ୍ଟାଫୋନ ୱାଙ୍ଗଚାରୋନ। ଦ୍ବିତୀୟ ରାଉଣ୍ଡରେ ଲକ୍ଷ୍ୟ ସେନ ଫ୍ରାନ୍ସର ଖେଳାଳି ଥୋମାସ ରୁକ୍ସେଲଙ୍କୁ ଭେଟିବେ।

ବୁଧବାର ନିଜ ନିଜ ପ୍ରଥମ ରାଉଣ୍ଡ ଜିତି ଭାରତର ଏଚ୍.ଏସ୍ ପ୍ରଣୟ, ସମୀର ବର୍ମା ଏବଂ ସାଇ ପ୍ରଣୀତ ମଧ୍ୟ ସେମାନଙ୍କର ଅଲ ଇଂଲଣ୍ଡ ଓପନ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ତେବେ ଭାରତ ବ୍ୟାଡମିଣ୍ଟନ ତାରକା ପ୍ରଥମ ରାଉଣ୍ଡରେ ଡେନମାର୍କର ବ୍ୟାଡମିଣ୍ଟନ ଖେଳାଳି ମିଆ ବ୍ଲିଚଫେଲ୍ଡଙ୍କ ବିପକ୍ଷରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଫଳରେ ଏହି ମ୍ୟାଚରେ 21-8, 10- 4ରେ ବଜୟୀ ହୋଇଥିଲେ ବ୍ଲିଚଫେଲ୍ଡ।

ଏହାପୂର୍ବରୁ ପିଭି ସିନ୍ଧୁ ମଧ୍ୟ ମାଲେସିଆର ସୋନିଆ ଚିହାଙ୍କ ବିରୋଧରେ ବିଜୟୀ ହୋଇ ଅଲ ଇଂଲଣ୍ଡ ଓପନର ଦ୍ବିତୀୟ ରାଉଣ୍ଡକୁ ଉନ୍ନିତ ହୋଇଥିଲେ। ମାତ୍ର 39 ମିନିଟରେ ସେ 21-11, 21-17 ପଏଣ୍ଟରେ ମ୍ୟାଚ ଜିତି ନେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details