ଓଡିଶା

odisha

ETV Bharat / sports

ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ

ସୋମବାର ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବ୍ୟାଡମିଣ୍ଟନ ଖେଳର ଉନ୍ନତି ପାଇଁ ବିଭନ୍ନ ପଦକ୍ଷେପ ନିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ଏଠି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି।

ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ ଆୟୋଜିତ
ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ ଆୟୋଜିତ

By

Published : Mar 9, 2021, 9:37 AM IST

ବଲାଙ୍ଗୀର: ସୋମବାର ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ରାଜ୍ୟରେ ବ୍ୟାଡମିଣ୍ଟନ ଖେଳର ଉନ୍ନତି ପାଇଁ ବିଭନ୍ନ ପଦକ୍ଷେପ ନିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ଏଠି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି।

ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ ଆୟୋଜିତ

ବଲାଙ୍ଗୀରରେ ସୋମବାର ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଡେଭଲପମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପାରାଡ଼ାଇଜ ହୋଟେଲେରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରାଜ୍ୟ ତଥା ଜାତୀୟସ୍ତରର ବେଡମିଣ୍ଟନ ଖେଳାଳି ଓ ପ୍ରଶିକ୍ଷକ ସାମିଲ ହୋଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ବେଡମିଣ୍ଟନ ସଂଘ ମଧ୍ୟ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରେ ଭାରତୀୟ ଜାତୀୟ ବ୍ୟାଡମିଣ୍ଟନ କୋଚ୍ ସଚିନ ରାଣା, ଲଣ୍ଡନ ଅଲମ୍ପିକ ପେନାଲ କୋଚ୍ ଏମ ଭି ମୁରଲୀ କୃଷ୍ଣ ଓ ଛତିଶଗଡ଼ ବେଡ଼ମିଣ୍ଟିନ ସଂଘ ପକ୍ଷରୁ ସଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁଥିରେ ରାଜ୍ୟରେ ବ୍ୟାଡମିଣ୍ଟନ ଖେଳର ଉନ୍ନତି ପାଇଁ ବିଭନ୍ନ ପଦକ୍ଷେପ ନିଆଯିବା ପାଇଁ ସ୍ଥିର ହୋଇଥିବା ବେଳେ ଏଠି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନର ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଛି।

ସେହିପରି ଏଠି ବ୍ୟାଡମିଣ୍ଟନ ଖେଳ ପାଇଁ ସମସ୍ତଙ୍କର ଆଗ୍ରହ ଥିବାବେଳେ ଖେଳାଳିଙ୍କୁ ସୁଯୋଗ ମିଳିଲେ ସେମାନେ ନିହାତି ଭଲ ଖେଳିବେ ବୋଲି କହିଛନ୍ତି ଜାତୀୟ ପ୍ରଶିକ୍ଷକ ମାନେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details