ଓଡିଶା

odisha

ETV Bharat / sports

ଭୁବନେଶ୍ୱରରେ ଚତୁର୍ଥ ନ୍ୟାସନାଲ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଆରମ୍ଭ

ଭୁବନେଶ୍ୱରରେ ଚତୁର୍ଥ ନ୍ୟାସନାଲ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିଅନସିପ୍‌ର(National Para Badminton Championship) ଉଦ୍‌ଘାଟନ କଲେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ

By

Published : Dec 24, 2021, 3:22 PM IST

Updated : Dec 24, 2021, 3:46 PM IST

4th National Para Badminton Championship inaugurated by Odisha Sports Minister
ଭୁବନେଶ୍ୱରରେ ଚତୁର୍ଥ ନ୍ୟାସନାଲ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିଅନସିପ୍‌ ଆରମ୍ଭ

ଭୁବନେଶ୍ବର: ଦେଶର କ୍ରୀଡା ରାଜଧାନୀ ଓଡିଶାରେ ପୁଣିଏକ ମେଗା ଟୁର୍ନାମେଣ୍ଟର ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର ଚତୁର୍ଥ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିଅନସିପ୍‌ର ଉଦ୍‌ଘାଟନ କରିଛନ୍ତି । କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ସେବା ବିଭାଗର ସଚିବ ଭିନିଲ କ୍ରୀଷ୍ଣା, ପ୍ରଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ଭାରତୀୟ ପାରାଲମ୍ପିକ୍‌ ସଂଘର ସଭାନେତ୍ରୀ ଦୀପା ମଲିକ, ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନର ଅଧ୍ୟକ୍ଷ ପ୍ରଭାକାର ରାଓ ଓ ରାଜ୍ୟ ଦିବ୍ୟାଙ୍ଗ ଶସକ୍ତିକରଣ ଅଧ୍ୟକ୍ଷା(state commissioner for persons with disabilities) ସୁଲୋଚନା ଦାସ, ପାରାଲମ୍ପିକ୍‌ ସ୍ବର୍ଣ୍ଣ ବିଜେତା ଓଡିଆ ପୁଅ ପ୍ରମୋଦ ଭଗତ, ଓଡିଶା ପାରାସ୍ପୋର୍ଟ୍ସ ସଂଘର ସଭାପତି କମଳାକାନ୍ତ ରଥ ଓ ଅଶୋକ ମିଶ୍ର ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ:Badminton In 2021: ସିନ୍ଧୁଙ୍କ ମହାନତାର ଯାତ୍ରା, ଶ୍ରୀକାନ୍ତଙ୍କ ପୁନରୁତ୍ଥାନ ଓ ଲକ୍ଷଙ୍କ ଉଦୟ

ପାରା ନ୍ୟାସନାଲ୍‌ସର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି,"ପାରା ଆଥଲେଟ୍‌ମାନେ ଟୋକିଓ ପାରାଲମ୍ପିକ୍‌ସରେ ଦେଶ ପାଇଁ ଐତିହାସକ ଗୌରବ ଆଣିଛନ୍ତି, ସେଥିପାଇଁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଆମେ ଗର୍ବିତ । ଚତୁର୍ଥ ନ୍ୟାସନାଲ ପାରା-ବ୍ୟାଡ୍‌ମିଣ୍ଟନ ଚାମ୍ପିଅନସିପ୍‌ ଆୟୋଜନ କରୁଥିବାରୁ ଓଡିଶା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଦିନ । ସମସ୍ତଙ୍କୁ ଏହି ସମ୍ମାନଜନକ ଚାମ୍ପିଅନସିପ୍‌କୁ ସ୍ବାଗତ ଓ ମ୍ୟାଚ୍‌ ପାଇଁ ସମସ୍ତ ଖେଳାଳିଙ୍କୁ ଅନେକ ଶୁଭେଚ୍ଛା ।"

ଭାରତୀୟ ପାରାଲମ୍ପିକ୍‌ ସଂଘର ମୁଖ୍ୟ ଦୀପା ମଲିକ ଏହି ଉଦ୍‌ଘାଟନ ସମାରୋହରେ ଓଡିଶାକୁ ପ୍ରଶଂସା କରିଛନ୍ତି । "ରାଜ୍ୟରେ ବିଭିନ୍ନ ପ୍ରକାର କ୍ରୀଡାକୁ ପ୍ରୋତ୍ସାହନ ଓ ଅନେକ ମେଗା ଟୁର୍ନାମେଣ୍ଟ ଆୟୋଜନ କରି କ୍ରୀଡର ସ୍ତରକୁ ଉଚ୍ଚା କରିବା ସହ ଓଡିଶା ଉଦାହରଣ ସୃଷ୍ଟି କରିଛି । ଏହିକ୍ରମରେ ପାରା-ବ୍ୟାଡ୍‌ମିଣ୍ଟନ ନ୍ୟାସନାଲ୍‌ସ ଆୟୋଜନ କରିବାକୁ ଆଗେଇ ଆସିଛି ଓଡିଶା । ଏହି ଟୁର୍ନାମେଣ୍ଟର ପରିଚାଳନା ନେଇ ଭାରତୀୟ ପାରାଲମ୍ପିକ୍‌ କମିଟି, ଓଡିଶା ସରକାର ଓ ଓଡିଶା ପାରାସ୍ପୋର୍ଟ୍ସ ସଂଘ ସହ କାର୍ଯ୍ୟ କରୁଥିବାରୁ ଗର୍ବିତ ।"

ଓଡିଶା ପାରା-ସ୍ପୋର୍ଟ୍ସ ସଂଘ ସହିତ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାର ୩ ଦିନିଆ ମେଗା ଇଭେଣ୍ଟ ଆୟୋଜନ କରୁଛି । ଯେଉଁଥିରେ ୫୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ ।

ଏହି ଇଭେଣ୍ଟ ରାଜ୍ୟର ଦୁଇଟି ଭେନ୍ୟୁରେ ଅନୁଷ୍ଠିତ ହେବ । କେ.ସି. ମେମୋରିଆଲ ଟ୍ରଷ୍ଟ ସହଭାଗିତାରେ ରେଲୱେ ଇନ୍‌ଡୋର୍‌ ଷ୍ଟାଡିୟମ ଭୁବନେଶ୍ବର ଓ ଉଡାନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ୨୪ ଡିସେମ୍ବରରୁ ୨୬ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଭାରତୀୟ ପାରାଲମ୍ପିକ୍‌ କମିଟି ଓ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘର ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ଟୁର୍ନାମେଣ୍ଟର ପରିଚାଳନା ହେବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 24, 2021, 3:46 PM IST

ABOUT THE AUTHOR

...view details